Saturday, April 4, 2026
38.1 C
Odisha

    ନିର୍ବାଚନରେ ଅନିୟମିତତା ଅଭିଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ-୨୦୨୪ରେ ଅନିୟମିତତା ନେଇ ବିଜୁ ଜନତା ଦଳ ଅର୍ଥାତ (ବିଜେଡି) ଅଭିଯୋଗ ଆଣିଛି। ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ସ୍ମାରକପତ୍ର ଦେଲା ପରେ ବିଜେଡି ସଂସଦୀୟ ଟିମ୍ ଆଜି ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛି। ବିଜେଡି କହିଛି, ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ-୨୦୨୪ରେ ଅନିୟମିତତା ହୋଇଛି। ଓଡ଼ିଶାରେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ କିଛି ଆସନରେ ଭୋଟ୍ ତାରତମ୍ୟ ଦେଖାଯାଇଛି। ଇଭିଏମ୍‌ରେ ପଡ଼ିଥିବା ଭୋଟ୍ ଓ ଗଣତି ଭୋଟିଂରେ ତାରତମ୍ୟ ଦେଖାଯାଇଛି। ସନ୍ଧ୍ୟା ୫ଟା ଓ ରାତି ୧୧ଟା ୪୫ର ଭୋଟ୍ ଗଣତି ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ୨୦୦୦ ମସିହାରୁ ଭୋଟ୍ ହେଉଥିଲେ ମଧ୍ୟ ଏତେ ତାରତମ୍ୟ ଦେଖାଯାଉ ନଥିଲା। କିନ୍ତୁ ନିର୍ଦ୍ଦିଷ୍ଟ କେତୋଟି ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ନେଇ ଆମେ ଅଭିଯୋଗ ଆଣିଛୁ। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ସୁଲତା ଦେଓ ଉପସ୍ଥିତି ଥିଲେ।ନିର୍ବାଚନରେ ଅନିୟମିତା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଜନାଦେଶକୁ ଗ୍ରହଣ କରିପାରୁ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ଯଦି ତ୍ରୁଟି ରହିଛି, ତାହେଲେ ବିଜେଡି ଆଇନ୍‌ର ଆଶ୍ରୟ ନେବା ଦରକାର। କିନ୍ତୁ ବିଜେଡି ତାହା ନ କରି ସାମ୍ବାଦିକ ସମ୍ମିଳନୀ କରିବାର ଅର୍ଥ ରାଜନୀତି କରୁଛି। ବିଜେଡିରେ ଏବେ ସଂକଟ ପରିସ୍ଥିତି ଦେଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ