Wednesday, October 14, 2026
23 C
Odisha

    ବିକଶିତ ଓଡ଼ିଶା ପାଇଁ ନିରାପଦ ଯାତ୍ରା ଓ ସଡ଼କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ଵ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ଦିଗରେ ସରକାର ପ୍ରତିବଦ୍ଧ ଥିବାବେଳେ ସବୁପ୍ରକାର ପ୍ରତିରୋଧୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଲ୍ଲେଖ କରିଛନ୍ତି। ଆଜି ରାଜ୍ୟ ପରିବହନ ପ୍ରାଧୂକରଣ ଓ ଆଇଆଇଟି ମାଡ୍ରାସ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହି ମର୍ମରେ ସଡ଼କ ସୁରକ୍ଷାକୁ ଦୃଢ଼ କରିବା ସହିତ ଯାନଚାଳନା ସତର୍କତା ଏବଂ ସଚେତନତା ଅଭିଯାନକୁ ଏପରି ପ୍ରୟାସ ସାହାଯ୍ୟ କରିବ ବୋଲି କହିଛନ୍ତି।ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରକୋଷ୍ଠରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ବୁଝାମଣାପତ୍ର ବଳରେ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନକୁ ପ୍ରଭାବିତ କରିବ। ବିକଶିତ ଓଡ଼ିଶା ନିମନ୍ତେ ସଡ଼କ ସୁରକ୍ଷାର ଚାରୋଟି ମଡେଲ ଯଥା- ଇଂଜିନିୟରିଂ, ତଦାରଖ ଓ କାର୍ଯ୍ୟାନୁଷ୍ଠାନ, ଜରୁରୀକାଳୀନ ପ୍ରଯନ୍ ଓ ମାନବିକ ଦିଗକୁ ପ୍ରାଧାନ୍ୟ ଦିଆଯିବ। ସଡ଼କ ସୁରକ୍ଷା କ୍ଷେତ୍ରରେ ଗାଡ଼ିଚାଳନାର ନିୟନ୍ତ୍ରଣ ଓ ତଦାରଖ, ଚାଳକମାନଙ୍କ ବ୍ୟବହାର ପରିବର୍ତ୍ତନ ସାଙ୍ଗକୁ ଦୁର୍ଘଟଣା ହ୍ରାସ ଦିଗରେ ଏହି ପ୍ରୟାସ ଫଳପ୍ରଦ ହେବ। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଏକ ପରିସଂଖ୍ୟାନ ଦେଇ ମନ୍ତ୍ରୀ ଶ୍ରୀ ଜେନା ସେ ଦିଗରେ ସବୁମହଲର ସହ‌ଯୋଗ ଲୋଡ଼ିଛନ୍ତି। ତୃଣମୂଳ ସ୍ତରରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ଵ ଆରୋପ କରିଛନ୍ତି।କାର୍ଯ୍ୟକ୍ରମ ଆରମ୍ଭରେ ପରିବହନ କମିଶନର ଅମିତାଭ ଠାକୁର ପ୍ରାରମ୍ଭିକ ସୂଚନା ଦେବା ସହିତ ବୁଝାମଣାପତ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ବୁଝାମଣାପତ୍ର ସ୍ୱାକ୍ଷର ବଳରେ ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ କରାଯାଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଳସୁବ୍ରମଣ୍ୟମ୍‌ ୩ ବର୍ଷ ନିମନ୍ତେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଏଥିରେ ରାଜ୍ୟବ୍ୟାପୀ ଶିକ୍ଷଣ ବ୍ୟବସ୍ଥା, କର୍ମଶାଳା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅଭିଯାନ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ ହେଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରି ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧୁକରଣର ବରିଷ୍ଠ ଅଧିକାରୀମାନଙ୍କ ସମେତ ଆଇଆଇଟି ମାଡ୍ରାସର ଅନ୍ୟତମ ପ୍ରତିନିଧ ଅତୁଲ ସିଂହ ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ