Wednesday, April 1, 2026
25.3 C
Odisha

    ନିର୍ବାଚନ ଆସିଲେ ସାଂପ୍ରଦାୟିକ ବାତାବରଣ ଖରାପ ହୋଇଯିବା କେବଳ ସଂଯୋଗ ନୁହେଁ : ଅଖିଳେଶ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ୟୁପିର ବହରାଇଚ ଜିଲ୍ଲାରେ ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ବିବାଦ ଓ ଏକ ଯୁବକର ହତ୍ୟାକୁ ନେଇ ଉତ୍ତରପ୍ରଦେଶରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଥିବାବେଳେ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରାଯାଇଛି । ସେପଟେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏହା ସହ ସେ ବହରାଇଚରେ ହୋଇଥିବା ହିଂସାକୁ ଉପନିର୍ବାଚନ ସହ ଯୋଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

    ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ନିର୍ବାଚନ ଆସିବା ଏବଂ ସାମ୍ପ୍ରଦାୟିକ ବାତାବରଣ ଖରାପ ହେବା, ଏହା ଏକ ସଂଯୋଗମାତ୍ର ନୁହେଁ। ଲୋକେ ସବୁ କିଛି ବୁଝିପାରୁଛନ୍ତି। କାହାର ପୁରୁଣା ରଣନୀତି ପରାଜୟ ଭୟରେ ହିଂସାର ସାହାରା ନେଉଛି, ସମସ୍ତେ ଜାଣନ୍ତି। ଏହା ହେଉଛି ଉପନିର୍ବାଚନର ପାଳି । ଆଇନଶୃଙ୍ଖଳା ବଦଳରେ ସରକାର ଯଦି ପ୍ରକୃତରେ ଠୋସ୍ ବ୍ୟବସ୍ଥା କରନ୍ତି ତେବେ ସବୁ କିଛି ଠିକ୍ ହୋଇଯିବ, କିନ୍ତୁ ଏହା ସେତେବେଳେ ହିଁ ହେବ ଯେତେବେଳେ ଏହି ସରକାର ଚାହିଁବେ। ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ବହରାଇଚ ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା କାଣ୍ଡ ପାଇଁ ସରକାର, ପ୍ରଶାସନ ଏବଂ ସେମାନଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ଦାୟୀ। ସେମାନେ ଜାଣିଶୁଣି ଏପରି କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ