ଭୁବନେଶ୍ୱର : ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ । କ୍ରୀଡା ଓ ଯୁବସେବା ବିଭାଗ ସହ ବିଜେପି ଜନତା ଯୁବ ମୋର୍ଚ୍ଚା ଦ୍ଵାରା ଏହି ନମୋ ଯୁବ ରନ ମାରାଥନ ଆୟୋଜନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଦୌଡ଼ିଲେ ୧୦ ହଜାର ଯୁବ । ଆଗରେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ସିଦ୍ଧାନ୍ତ ମହପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତା ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସାରା ଦେଶରେ ୭୫ ସହରରେ ଆୟୋଜନ ହୋଇଛି ଏହି ଗଣ ଦୌଡ କାର୍ଯ୍ୟକ୍ରମ । ଯୁବ ପିଢ଼ିକୁ ନିଶା ଠାରୁ ଦୂରେଇ ରଖିବା ,୨୦୪୭ ରେ ଯୁବକ ଙ୍କୁ ନେଇ ଶସକ୍ତ, ସମୃଦ୍ଧ ରାଜ୍ୟ ଓ ଦେଶ ଗଠନ ଦିଗରେ ସେମାନଙ୍କୁ ଆଗକୁ ନେବାକୁ ବାର୍ତ୍ତା ଦିଆଯାଇଛି । ଏହି ଦୌଡ଼ରେ ଯୁବ ପିଢ଼ିକୁ ସହ ୭୫ ବର୍ଷୀୟା ଉର୍ମିଳା ଦାସ ମଧ୍ୟ ଦୌଡ଼ିଛନ୍ତି । ଏହା ସହ ଯିଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତାଙ୍କୁ ୨୫ ହଜାର, ଦ୍ୱିତୀୟ ସ୍ଥାନ ୧୫ ହଜାର ଓ ତୃତୀୟ ସ୍ଥାନ ୧୦ ହଜାର ଟଙ୍କା ଚତୁର୍ଥ ସ୍ଥାନ ପାଇଁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।