Friday, April 17, 2026
27.1 C
Odisha

    ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପଶ୍ଚିମ ଏସିଆ ସଙ୍କଟକୁ ନେଇ ଆଜି ବଡ଼ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ମୋଦି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ଦେଶର ସୁରକ୍ଷା ଏବଂ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡିକର ପ୍ରସ୍ତୁତିର ସମୀକ୍ଷା କରିବେ । ସନ୍ଧ୍ୟା ୬ଟା ୩୦ରେ କଥାହେବେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ନେଇ କରିବେ ଆଲୋଚନା ।

    ବୈଠକରେ ମୁଖ୍ୟତଃ ଇନ୍ଧନ ଯୋଗାଣ, ଖାଦ୍ୟ ସୁରକ୍ଷା ଏବଂ ବିଦେଶରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ଟିମ ଇଣ୍ଡି ଭାବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଯୋଗୁଁ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ନହୁଏ, ସେଥିପ୍ରତି ସତର୍କ ରହିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇପାରେ । ତେବେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ସାମିଲ ହେବେ ନାହିଁ । ନିର୍ବାଚନ ସମ୍ବନ୍ଧୀୟ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଇଁ ଏକ ପୃଥକ ବୈଠକ ଅନୁଷ୍ଠିତ ହେବ, ଯାହା କ୍ୟାବିନେଟ ସଚିବାଳୟ ମାଧ୍ୟମରେ ଆୟୋଜିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    63 %
    2.2kmh
    0 %
    Thu
    27 °
    Fri
    42 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ