Friday, October 2, 2026
22.2 C
Odisha

    ନିଷ୍ଟ ବିଶ୍ୱବିଦ୍ୟାଳୟରେ ଇଣ୍ଡଷ୍ଟ୍ରି ୪.୦ କର୍ମଶାଳା ଉଦଘାଟିତ

    ଆଗକୁ ପଢନ୍ତୁ

    ଗୋପାଳପୁର : ନିଷ୍ଟ ବିଶ୍ବବିଦ୍ୟାଳୟରେ ଇଣ୍ଡଷ୍ଟ୍ରି ୪.୦ ଏବଂ ସ୍ମାର୍ଟ ଉତ୍ପାଦନ (କୁତ୍ରିମ ବୁଦ୍ଧିମତା ଦ୍ୱାରା ରୋବୋଟିକ ଅନୁପ୍ରୟୋଗ) ଉପରେ ଏଆଇସିଟିଇ ପ୍ରଶିକ୍ଷଣ ଏକାଡେମୀ ପ୍ରାୟୋଜିତ (ବାଣୀ) ତିନିଦିନିଆ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳା ବୈଦ୍ୟୁତିକ ବିଭାଗ ପକ୍ଷରୁ ଆୟୋଜିତ ହେଇଥିଲା। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ରାଉରକେଲା ଏନ୍ଆଇଟିର ପ୍ରଫେସର ଡ. କାନୁନଗୋ ବରଦା ମହାନ୍ତି, ସମ୍ମାନିତ ଅତିଥି ଭାବେ ଗୋପାଳପୁର ବନ୍ଦରର ଡିଜିଏମ ରେଳ ବିଭାଗ ବଳରାମ ବେହେରା, ବିଟସ ପିଲାନୀ, ହାଇଦ୍ରାବାଦର ପ୍ରଫେସର ଡ଼. ଅମିତ କୁମାର ପଣ୍ଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନିଷ୍ଟ ବିଶ୍ବବିଦ୍ୟାଳୟର ଏକାଡେମିକ୍ ଡିନ ଡ଼. ପି. ରାଜେଶ କୁମାର ଏବଂ ବିଦ୍ୟୁତିକ ବିଭାଗ ମୁଖ୍ୟ ଡ଼. ସସ୍ମିତା ପାଢ଼ୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା। ଏଆଇ ଟେକ୍ନିକ୍ ଯେପରିକି ଉଦ୍ୟୋଗରେ ଫଜି ଲଜିକର ପ୍ରୟୋଗ ଉପରେ ମୁଖ୍ୟ ଅତିଥି ମତପୋଷଣ କରିଥିଲେ। ପ୍ରାଚୀନ ଯୁଗରେ ନୌପରିବହନ ଓ ଜାହାଜ ପରିବହନରେ ଉତ୍କଳ କିପରି ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିଲା ସେ ସମ୍ପର୍କରେ ସମ୍ମାନିତ ଅତିଥି ଗୋପାଳପୁର ବନ୍ଦରର ଡିଜିଏମ ବଳରାମ ବେହେରା ବର୍ଣ୍ଣନା କରିବା ସହ ଭାରତରେ ବିଭିନ୍ନ ପ୍ରକାରର ବନ୍ଦର ଏବଂ ସେଗୁଡ଼ିକର କାର୍ଯ୍ୟ ଏବଂ ଭବିଷ୍ୟତରେ ଗୋପାଳପୁର ବନ୍ଦରର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବିଟ୍ସ ପିଲାନି, ହାଇଦ୍ରାବାଦ କ୍ୟାମ୍ପସର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଅମିତ କୁମାର ପଣ୍ଡା ଅରିଥମେଟିକସ ସର୍କିଟ, ହାର୍ଡବେର ନେଟବାର୍କ ସିକ୍ୟୁରିଟି, ଏନକ୍ରିପ୍ସନର ବିକାଶ ଓ ନେଟବାର୍କ ସିକ୍ୟୁରିଟିର ଡିକ୍ରିପ୍ସନ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଏହାର ସଂଯୋଜନା ଡ଼. ବସନ୍ତ କୁମାର ସାହୁ ଓ ସହ-ସଂଯୋଜନା ଡ଼. ଅମୃତା ପଟନାୟକ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନିଷ୍ଟ ବିଶ୍ବବିଦ୍ୟାଳୟର ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. କୁଞ୍ଜ ବିହାରୀ ସ୍ୱାଇଁ, ଡ଼. ସି. ମୂର୍ତି, ଡ଼. ଅଶ୍ବିନୀ କୁମାର ନାୟକ, ପ୍ର. ଚିତ୍ତରଞ୍ଜନ ବିଶ୍ୱାଳ, ପ୍ର. ଅରବିନ୍ଦ ପଣ୍ଡା, କେଦାର ନାଥ ଦାଶ, ଶରତ ଜେନା, ପିତାମ୍ବର ସାହୁ, ସନ୍ତୋଷ କୁମାର ନାୟକ, ଗୋପବନ୍ଧୁ ଉତରକବତ, ସୁନୀଲ ରୟ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡ଼. ଆକାଙ୍ଖ୍ୟା ପଟନାୟକ, ପ୍ର. ପ୍ରଜ୍ଞା ସାମନ୍ତ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ ଏହି କର୍ମଶାଳା ତିନିଦିନ ଧରି ଚାଲିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ