Thursday, October 22, 2026
30.1 C
Odisha

    ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିଲେ: ତୁଲସୀ ଗବାର୍ଡ

    ଆଗକୁ ପଢନ୍ତୁ

    ୱାଶିଂଟନ : ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ ୨୦୧୬ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟକୁ କ୍ଷତି ପହଞ୍ଚାଇବା ଏବଂ ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ଦୁର୍ବଳ କରିବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି। ତୁଳସୀ ଗବାର୍ଡ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତୁଳସୀ ଗବାର୍ଡ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓବାମାଙ୍କ ଲକ୍ଷ୍ୟ ଥିଲା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ଏବଂ ଆମେରିକୀୟ ଲୋକଙ୍କ ଇଚ୍ଛାକୁ ଧୂଳିସାତ୍ କରିବା। ଷଡ଼ଯନ୍ତ୍ରରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।
    ଏନେଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ଆମର ଗଣତାନ୍ତ୍ରିକ ଗଣରାଜ୍ୟର ବିଶ୍ୱସନୀୟତା ଏହା ଉପରେ ନିର୍ଭର କରେ। ଆମେ ସମସ୍ତ ଦସ୍ତାବିଜକୁ ଅପରାଧିକ ତଦନ୍ତ ପାଇଁ ନ୍ୟାୟ ବିଭାଗ (ଡିଓଜେ)କୁ ହସ୍ତାନ୍ତର କରୁଛୁ।”

    ଗତକାଲି, ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ ପ୍ରମାଣ ଉପସ୍ଥାପନ କରିଥିଲେ ଯେ, କିପରି ରାଷ୍ଟ୍ରପତି ଟ୍ରମ୍ପ୍ ହିଲାରୀ କ୍ଲିଣ୍ଟନଙ୍କ ବିରୁଦ୍ଧରେ ୨୦୧୬ ନିର୍ବାଚନରେ ବିଜୟୀ ହେବା ପରେ, ଓବାମା ଏବଂ ତାଙ୍କ ଜାତୀୟ ସୁରକ୍ଷା ଦଳର ସଦସ୍ୟମାନେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବିରୁଦ୍ଧରେ ଏକ ବିଦ୍ରୋହ ଭଳି ଷଡ଼ଯନ୍ତ୍ର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଜାଣିଶୁଣି ଗୁପ୍ତଚର ତଥ୍ୟ ପ୍ରସ୍ତୁତ ଏବଂ ରାଜନୈତିକ ତଥ୍ୟ ଠୁଳ କରିଥିଲେ ବୋଲି ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

    ନଭେମ୍ବର ୨୦୧୬ ନିର୍ବାଚନ ପୂର୍ବରୁ, ଗୁପ୍ତଚର ସଂସ୍ଥା ପକ୍ଷରୁ ମୂଲ୍ୟାଙ୍କନ କରାଯାଇଥିଲା ଯେ, ରୁଷିଆ ସାଇବର ଉପାୟ ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହିଁ। ୨୦୧୬ ନିର୍ବାଚନ ପରେ, ୭ ଡିସେମ୍ବର ୨୦୧୬ରେ, ତତ୍କାଳୀନ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଜେମ୍ସ କ୍ଲାପରଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, ବିଦେଶୀ ପ୍ରତିଦ୍ୱନ୍ଦ୍ୱୀମାନେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପରିବର୍ତ୍ତନ କରିବା ପାଇଁ ନିର୍ବାଚନ ଭିତ୍ତିଭୂମି ଉପରେ ସାଇବର ଆକ୍ରମଣ କରି ନଥିଲେ।

    ୯ ଡିସେମ୍ବର ୨୦୧୬ ରେ, ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ହ୍ୱାଇଟ୍ ହାଉସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ, ଯେଉଁଥିରେ ଜାତୀୟ ସୁରକ୍ଷା ପରିଷଦ (ଏନଏସସି)ର ଶୀର୍ଷ ସଦସ୍ୟମାନେ ସାମିଲ ଥିଲେ। ଏହି ବୈଠକରେ ଜେମ୍ସ କ୍ଲାପର୍, ଜନ୍ ବ୍ରେନାନ୍, ସୁସାନ୍ ରାଇସ୍, ଜନ୍ କେରି, ଲୋରେଟା ଲିଞ୍ଚ, ଆଣ୍ଡ୍ରୁ ମ୍ୟାକକାବେ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକର ଉଦ୍ଦେଶ୍ୟ ଥିଲା ରୁଷିଆ ସହ ଜଡ଼ିତ ପରିସ୍ଥିତି ଉପରେ ଆଲୋଚନା କରିବା।

    ବୈଠକ ପରେ, ଜେମ୍ସ କ୍ଲାପରଙ୍କ କାର୍ଯ୍ୟନିର୍ବାହୀ ସହାୟକ ରାଷ୍ଟ୍ରପତି ଓବାମାଙ୍କ ଅନୁରୋଧରେ ଏକ ନୂତନ ଗୁପ୍ତଚର ସଂସ୍ଥାଙ୍କୁ ମୂଲ୍ୟାୟନ ପ୍ରସ୍ତୁତ କରିବାକୁ ଆଇସି ନେତାମାନଙ୍କୁ ଏକ ଇମେଲ୍ ପଠାଇଥିଲେ। ରିପୋର୍ଟରେ ୨୦୧୬ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମସ୍କୋ ବ୍ୟବହାର କରିଥିବା ପଦ୍ଧତି ଏବଂ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା। ଇମେଲ୍‌ରେ କୁହାଯାଇଥିଲା, ଓଡିଏନଆଇ ଏହାର ନେତୃତ୍ୱ ନେବ। ଯେଉଁଥିରେ ସିଆଇଏ,,ଏଫବିଆଇ, ଏନଏସଏ ଏବଂ ଡିଏଚଏସ ସାମିଲ ହେବେ। ପରବର୍ତ୍ତୀ ସମୟରେ, ଓବାମା ପ୍ରଶାସନର ଅଧିକାରୀମାନେ ଗଣମାଧ୍ୟମକୁ ମିଥ୍ୟା ସୂଚନା ପ୍ରଦାନ କରିଥିଲେ। ଯେଉଁଥିରେ ୱାଶିଂଟନ ପୋଷ୍ଟ ଭଳି ପ୍ରମୁଖ ସମ୍ବାଦ ସଂସ୍ଥା ମଧ୍ୟ ସାମିଲ ଥିଲା। ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କ ଅନୁଯାୟୀ। ରିପୋର୍ଟଗୁଡ଼ିକରେ ଦାବି କରାଯାଇଥିଲା ଯେ, ରୁଷିଆ ସାଇବର ମାଧ୍ୟମରେ ନିର୍ବାଚନର ଫଳାଫଳରେ ହସ୍ତକ୍ଷେପ କରିବାକୁ କିମ୍ବା ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା।

    ୬ ଜାନୁଆରି ୨୦୧୭ରେ, ଏକ ନୂତନ ଗୁପ୍ତଚର ସଂସ୍ଥାର ମୂଲ୍ୟାଙ୍କନ ପ୍ରକାଶିତ ହୋଇଥିଲା ଯାହା ପୂର୍ବ ୬ ମାସ ମଧ୍ୟରେ କରାଯାଇଥିବା ଆଇସି ମୂଲ୍ୟାଙ୍କନର ସିଧାସଳଖ ବିରୋଧ କରିଥିଲା। ମାସ ମାସର ତଦନ୍ତ ପରେ, ଏହା ପ୍ରକାଶ ପାଇଥିଲା ଯେ, ଏହି ନୂତନ ଗୁପ୍ତଚର ମୂଲ୍ୟାଙ୍କନ ସେହି ସୂଚନା ଉପରେ ଆଧାରିତ ଥିଲା ଯାହାକୁ ସମ୍ପୃକ୍ତ ବ୍ୟକ୍ତିମାନେ ମିଥ୍ୟା ବୋଲି ଅନୁମାନ କରୁଥିଲେ।

    ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ସହିତ ପ୍ରସ୍ତୁତ ଏକ ଗୁପ୍ତଚର ରିପୋର୍ଟ ଥିଲା। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟକୁ ଭୁଲ ପ୍ରମାଣିତ କରିବା ପାଇଁ, ମୁଲର ତଦନ୍ତ, ଦୁଇଟି ମହାଭିଯୋଗ, ଅନେକ ଅଧିକାରୀଙ୍କ ତଦନ୍ତ, ଗିରଫଦାରୀ ଏବଂ କାରାଦଣ୍ଡ ଭଳି ଦୀର୍ଘକାଳୀନ ମାମଲା ତଥା ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    49 %
    1.8kmh
    38 %
    Thu
    30 °
    Fri
    29 °
    Sat
    29 °
    Sun
    28 °
    Mon
    27 °

    ସମ୍ବନ୍ଧିତ