Wednesday, October 14, 2026
26.2 C
Odisha

    ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ, ୨୭% ସଂରକ୍ଷଣ ଦିଅନ୍ତୁ: ଭକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଏହି ବର୍ଗକୁ ୨୭% ସଂରକ୍ଷଣ ଦିଆଯାଉ। ତେଣୁ ରାଜ୍ୟ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ରାଜ୍ୟର ୪୦% ଜନସଂଖ୍ୟା ଏସ୍‌ସି ଓ ଏସ୍‌ଟି ବର୍ଗର ହୋଇଥିବା ବେଳେ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ୨୦% ସଂରକ୍ଷଣ ଦିଆଯାଉଛି। ସେମାନଙ୍କୁ ୪୦% ସଂରକ୍ଷଣ ଦିଆଯାଉ। ରାଜ୍ୟର ମୋଟ୍‌ ଜନସଂଖ୍ୟାର ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗ ୯୪% ହୋଇଥିବା ବେଳେ ରାଜ୍ୟ ସରକାର ଏହି ବର୍ଗକୁ ଥଟ୍ଟା କରୁଛନ୍ତି। ତେଣୁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ନ ବଦଳାଇଲେ ଆସନ୍ତା ୨୨ ଓ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଉପସ୍ଥିତ ଥିଲେ।

    ପୂର୍ବରୁ ଆଜି କଂଗ୍ରେସ ଭବନରେ ପଛୁଆବର୍ଗ(ଓବିସି) ଜାତିଭିତ୍ତିକ ଜନଗଣନା ଓ ସମସ୍ୟା ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ଦାସ କହିଥିଲେ, ଓବିସି ଓ ଏସ୍‌ଇବିସି ସଂପ୍ରଦାୟଙ୍କୁ ନ୍ୟାଯ୍ୟ ସୁଯୋଗରୁ ବଞ୍ଚିତ କରାଯାଉଛି। ଓଡ଼ିଶାରେ ଓବିସି ଓ ଏସ୍‌ଇବିସିଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୫୪% ହୋଇଥିଲେ ବି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ‌ଆଦୌ ସଂରକ୍ଷଣ ମିଳୁନାହିଁ। ଏହାସହ ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁଙ୍କ ବିଭିନ୍ନ ସଂସ୍ଥାନ ଗୁଡ଼ିକ ବର୍ଷ ବର୍ଷ ଧରି ଅକାମୀ ହୋଇପଡ଼ିଥିବା ସେ କହିଥିଲେ। ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ କହିଥିଲେ, ପଛୁଆବର୍ଗ, ଆଦିବାସୀ ଓ ଦଳିତମାନଙ୍କ ସ୍ବାର୍ଥ ପ୍ରତି କଂଗ୍ରେସ ସବୁବେଳେ ସଚେତନ ଓ ସଂଗ୍ରାମ କରିଆସୁଛି। ରାହୁଲ ଗାନ୍ଧୀ ଏହି ବର୍ଗର ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି। ଏହି ବୈଠକକୁ ବିଜୟାନନ୍ଦ ଚାଉଳିଆ ପରିଚାଳନା କରିଥିଲେ। ବୈଠକ ପରେ ପିସିସି ସଭାପତି ଓ କଂଗ୍ରେସର ବରିଷ୍ଠ ନେତୃବର୍ଗ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଶରତ ରାଉତ, ସୁରେଶ ରାଉତରାୟ, ରମେଶ ଜେନା, ରଞ୍ଜୀବ ବିଶ୍ବାଳ, ବିଜୟଲକ୍ଷ୍ମୀ ସାହୁ, ଅଶୋକ ଦାସ, ନଗେନ୍ଦ୍ର ପ୍ରଧାନ, ମାନସ ଚୌଧୁରୀ, ଦେବାଶିଷ ନାୟକ, ରବୀନ୍ଦ୍ର ମଲ୍ଲିକ, ତ୍ରିନାଥ ବେହେରା, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଞ୍ଜିତ ପାତ୍ର, ଉଦିତ ପ୍ରଧାନ, ସମୀର ରାଉତରାୟ, ବିଷ୍ଣୁ ବାରିକ, ରାଜକିଶୋର ବାରିକ, ଅମୀୟ ପାଣ୍ଡବ, ଲିଙ୍ଗରାଜ ସାହୁ, ସୋନାଲି ସାହୁ, ପଦ୍ମାକର ଗୁରୁ ଓ ଅନ୍ୟମାନେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ