Wednesday, October 14, 2026
26.2 C
Odisha

    ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା: ଡ୍ରୋନ୍‌ ଆକ୍ରମଣ ‌ରୋକିବ ‘ଭାର୍ଗବାସ୍ତ୍ର’

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ଭାରତ ଆଉ ଏକ ପା‌ଦ ଆଗେଇଛି। ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ୍‌ ସିଷ୍ଟମ୍‌ ପ୍ରସ୍ତୁତ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଥିବା ଫାୟାରିଂ ରେଞ୍ଜ୍‌ରେ ଆଜି ଏହାର ସଫଳ ପରୀକ୍ଷଣ କରାଯାଇଛି। ସୋଲାର୍‌ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍‌ ଲିମିଡେଟ୍‌(ଏସ୍‌ଡିଏଲ୍‌) ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି। ଶତ୍ରୁପକ୍ଷର ଡ୍ରୋନ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ସିଷ୍ଟମ୍‌ ଭାରତୀୟ ସେନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।ଏହି ସିଷ୍ଟମ୍‌ରେ ମାଇକ୍ରୋ ରକେଟ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହାକି ଏକାଧିକ ଡ୍ରୋନ୍‌କୁ ନ‌ଷ୍ଟ କରିବାର କ୍ଷମତା ରଖିଛି। ପରୀକ୍ଷଣ ସମୟରେ ‘ଭାର୍ଗବାସ୍ତ୍ର’ ୧.୫ କିମି ରେଞ୍ଜ୍‌ ଦୂରତା ଓ ୪୦୦ ମିଟର ଉଚ୍ଚତାରେ ଥିବା ଲକ୍ଷ୍ୟକୁ ଭେଦ କରିପାରିଛି। ସେନା ବାହିନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୋଟ ୩ଟି ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମିସାଇଲ୍‌ ଛଡ଼ା ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦୁଇଟି ମିସାଇଲ୍‌ ଦୁଇ ସେକେଣ୍ଡ ମଧ୍ୟରେ ଛଡ଼ା ଯାଇଥିଲା। ପ୍ରତ୍ୟେକ ପର୍ଯ୍ୟାୟ ପରୀକ୍ଷା ଆଶା ଅନୁସାରେ ସଫଳ ହୋଇଥିଲା ଓ ଡ୍ରୋନ୍‌ ଆକ୍ରମଣକୁ ଶୂନ୍ୟ ଆକାଶରେ ହିଁ ଧ୍ବଂସ କରିବାର ପ୍ରମାଣ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ