Monday, October 5, 2026
21.7 C
Odisha

    ନିୟନ୍ତ୍ରଣ ରେଖା ନିକଟରେ ଗୁଳିବିନିମୟ: ଯବାନ ଆହତ, ଅନୁପ୍ରବେଶ ଉଦ୍ୟମ ପଣ୍ଡ

    ଆଗକୁ ପଢନ୍ତୁ

    ରାଜୌରୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ବୁଧବାର ସକାଳେ ସୀମାପାର ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୌଶେରା ସେକ୍ଟରର କଲସିଆଁ ଅଞ୍ଚଳରେ ଯବାନ ଜଣକ ଏକ ଫରୱାର୍ଡ ପୋଷ୍ଟରେ ମୁତୟନ ଥିବା ବେଳେ ସୀମା ସେପଟୁ ଏକ ସନ୍ଦିଗ୍ଧ ସ୍ନାଇପର ଆକ୍ରମଣ ହୋଇଥିଲା। ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଉଧମପୁରର ଏକ ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

    ଖବର ଅନୁଯାୟୀ, ଗୁଳିକାଣ୍ଡର କାରଣ ଅନୁସନ୍ଧାନ ଚାଲିଛି। ସକାଳ ପ୍ରାୟ ୬ଟା ବେଳେ ଏହି ଅଞ୍ଚଳରେ ଜିରୋ ଲାଇନରେ ୩ ରାଉଣ୍ଡ ଗୁଳି ବିନିମୟ ପରେ ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ବେଳେ ଏହାର କାରଣ ଜଣାପଡ଼ିନାହିଁ। ନିୟନ୍ତ୍ରଣ ରେଖା (ଏଲଓସି) ସେପଟୁ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ ଅସ୍ତ୍ରବିରତି ଆଳରେ ସୁଯୋଗ ଦେଉଥିବା ବେଳେ ଆଜି ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି। ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନୀ ସେନା ଓ ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡିକ ପରିବର୍ତ୍ତିତ ପାଣିପାଗର ଉପଯୋଗ କରି ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି। ପାକ୍ ଅଧିକୃତ ଜମ୍ମୁ-କଶ୍ମୀର (ପିଓଜେକେ)ରେ ଭାରତୀୟ ସୁରକ୍ଷା ବାହିନୀ ୩ଟି ମୁଖ୍ୟ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଠାବ କରିଛି, ଯେଉଁଠାରେ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇ ଭାରତରେ ପ୍ରବେଶ କରିବାକୁ ପ୍ରବର୍ତ୍ତାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ