Monday, August 24, 2026
24.5 C
Odisha

    ବଲୁଚିସ୍ତାନ ଟ୍ରେନ୍‌ ଅପହରଣ ଘଟଣା: ଭାରତ ବିରୋଧରେ ପାକିସ୍ତାନର ଭିତ୍ତିହୀନ ଅଭିଯୋଗ

    ଆଗକୁ ପଢନ୍ତୁ

    ଇସ୍‌ଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଟ୍ରେନ୍ ଅପହରଣ କରି ବଲୁଚ ବିଦ୍ରୋହୀମାନେ ସରକାରର ନିଦ ହଜାଇ ଦେଇଥିବା ବେଳେ ବିଦ୍ରୋହୀଙ୍କ ଏଭଳି ଶକ୍ତି ବୃଦ୍ଧି ପାକ୍‌ ସେନାକୁ ମଧ୍ୟ ବିସ୍ମିତ କରିଛି। ଅନ୍ୟପକ୍ଷରେ  ପଣବନ୍ଦୀଙ୍କୁ ଉଦ୍ଧାର ପ୍ରସଙ୍ଗରେ ପାକିସ୍ତାନ ଗଣମାଧ୍ୟମରେ ପରସ୍ପର ବିରୋଧୀ ଖବର ପ୍ରଚାର ହେବାରେ ଲାଗିଛି।  ବିଦ୍ରୋହୀ ସଙ୍ଗଠନ ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ବିରୋଧରେ ଚାଲିଥିବା ସ୍ଥଳ ଅପରେସନରେ ପାକିସ୍ତାନ ସେନା ନିଜର ଅନେକ ସୈନିକଙ୍କୁ ହରାଇଛି। ଏଭଳି ସମୟରେ  ପାକିସ୍ତାନ ସରକାର   ନିଜ ବିଫଳତା ପାଇଁ ଭାରତକୁ ଦାୟୀ କରିବା ଆରମ୍ଭ କରିଛନ୍ତି। ଏଥିରେ ଭାରତର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ରାଜନୈତିକ ପରାମର୍ଶଦାତା  ଭିତ୍ତିହୀନ ଅଭିଯୋଗ କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେହବାଜଙ୍କ ରାଜନୈତିକ ପରାମର୍ଶଦାତା ରାଣା ସନାଉଲ୍ଲା କହିଛନ୍ତି,  ଟ୍ରେନ୍‌ ଅପହରଣ ପଛରେ ଭାରତର ହାତ ଅଛି ଏବଂ ଭାରତ ହିଁ ଏହା କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ।

    ଆଫଗାନିସ୍ତାନରୁ ପାକିସ୍ତାନ ବିରୋଧରେ ଷଡ୍‌ଯନ୍ତ୍ର ହେଉଛି ଏବଂ ଏହା ପଛରେ ଭାରତର ଭୂମିକା ରହିଛି। ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ସେମାନଙ୍କ ପାଖରେ ଏଭଳି ମାରାତ୍ମକ ଆକ୍ରମଣ କରିବାର ସୁଯୋଗ ନଥିଲା, କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନରୁ ସହାୟତା ହାସଲ କରି ଆତଙ୍କବାଦୀମାନେ ସେମାନଙ୍କ କାୟାବିସ୍ତାର କରୁଛନ୍ତି ବୋଲି ରାଣା ସନାଉଲ୍ଲା କହିଛନ୍ତି। ଆମେ ସରକାରୀ ସ୍ତରରେ ଆଫଗାନିସ୍ତାନକୁ ଏହି କାର୍ଯ୍ୟକଳାପ ବନ୍ଦ କରିବାକୁ କହିଛୁ। ସେମାନେ ଏହା ଗ୍ରହଣ ନକଲେ ଆମେ ସେଠାକୁ ଯାଇ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବୁ ବୋଲି ସନାଉଲ୍ଲା ଚେତାବନୀ ଦେଇଛନ୍ତି।

    ସୂଚନାଯୋଗ୍ୟ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ  ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ କରି ଟ୍ରେନ୍‌କୁ ନିଜ କବ୍‌ଜାକୁ ନେଇଛନ୍ତି।  ସେନା କାର୍ଯ୍ୟାନୁଷ୍ଠାନରେ ସମସ୍ତ ବିଦ୍ରୋହୀ ନିହତ ହୋଇଥିବା ପାକିସ୍ତାନ ସରକାର ଦାବି କରୁଥିବା ବେଳେ ୩୦ ଜଣ ପାକ୍‌ ସୈନିକ ନିହତ ହୋଇଥିବା ବିଏଲ୍‌ଏ ଦାବି କରିଛି। ବିଏଲ୍‌ଏ ମୁଖପାତ୍ର କହିଛନ୍ତି ଯେ ଆମେ ଯେଉଁ ସ୍ଥାନୀୟ ଯାତ୍ରୀମାନଙ୍କୁ ମୁକ୍ତ କରିଥିଲୁ, ପାକ୍‌ ସେନା ସେମାନଙ୍କୁ ପଣବନ୍ଦୀ ଦର୍ଶାଇ ମୁକ୍ତ କରିଥିବା ନେଇ ଭୁଲ ଖବର ପ୍ରଚାର କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.8kmh
    98 %
    Mon
    25 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ