Sunday, September 8, 2024
24.9 C
Odisha

    ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ଆଜି ନୀତି ଆୟୋଗ ବୈଠକ ଅୟୋଜନ କରାଯାଇଥିଲା ।    ବୈଠକ ମଝିରେ ଝଗଡ଼ା ଦେଖି  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକର ମିଟିଙ୍ଗରୁ ବ୍ୟାକଆଉଟ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ବୈଠକରେ ନିଜ ମନମାନି ଚଳାଉଛନ୍ତି । ସେ ଚାହୁଁଥିଲେ ଯେ, ବୈଠକରେ ତାଙ୍କ ବିରୋଧରେ କେହି କିଛି ନ କୁହନ୍ତୁ । ଆମେ କହୁଛୁ ଯେ, ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ଭେଦଭାବର ନୀତିରୁ ଉପରକୁ ଉଠି କାମ କରିବାକୁ ପଡିବ, ସେଥିପାଇଁ ଆମକୁ ଚୁପ କରାଯାଇଛି । ନିଜ କଥା କହିବା ପାଇଁ ମାତ୍ର ୫ ମିନିଟ ଦିଆଯାଇଛି । ଏଥିରେ କିଏ କେମିତି କହିବ । ଏହା କିପରି ଚଳିବ ।ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀତି ଆୟୋଗର ବୈଠକ ସଂପୂର୍ଣ୍ଣ ଭାବେ ଅର୍ଥହୀନ ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଏହା କହି ବହିଷ୍କାର କରିଛନ୍ତି ଯେ, ବଜେଟରେ ରାଜ୍ୟମାନଙ୍କ ସହ ଭେଦଭାବ କରାଯାଇଛି । ବିରୋଧ କରୁଥିବା ନେତାମାନଙ୍କ ମଧ୍ୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେରଳର ସିଏମ ପିନରାଇ ବିଜୟନ, କର୍ଣ୍ଣାଟକର ସିଏମ ସଦ୍ଦରମୈୟା, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସାମିଲ ରହିଛନ୍ତି । ଏହା ବ୍ୟତୀତ ପଞ୍ଜାବ ଏବଂ ଦିଲ୍ଲୀ ସରକାରର ନେତା ମଧ୍ୟ ବୈଠକରେ ସାମିଲ ହୋଇନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    92 %
    1kmh
    100 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ