Saturday, October 24, 2026
27.6 C
Odisha

    ନୀଳହ୍ରଦରୁ ମିଳିଲା ୨ ନିଖୋଜ ଛାତ୍ରଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ନୀଳଗିରି  :  ନୀଳହ୍ରଦରୁ ମିଳିଲା  ନିଖୋଜ ୨ ଛାତ୍ରଙ୍କ ମୃତଦେହ।ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍‌ରେ ଗତ କାଲି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା କଲେଜ ଛାତ୍ର ତଥା କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ଆର୍ତ୍ତୁକଣା ଅଞ୍ଚଳର ରୋଶନ ନାୟକ(୧୮), ଫକୀରମୋହନ ଅଟୋନୋମସ କଲେଜ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗ ଛାତ୍ର ତଥା ବାରିପଦାର ଭବିଷ୍ୟ ପାତ୍ର(୧୭) ଏବଂ ଉକ୍ତ କଲେଜର ତାଙ୍କ ସହପାଠୀ ତଥା ଭଦ୍ରକ ଜିଲା ଅପର୍ତ୍ତିବିନ୍ଧା ଅଞ୍ଚଳର ଅଂଶୁମାନ ପାତ୍ର(୧୮) ବୁଲିବାକୁ ଆସିଥିଲେ। ଏହି ୩ସାଙ୍ଗ ରିଲ୍ସ ଭିଡ଼ିଓ ସୁଟ୍ କରିବା ପରେ ଭବିଷ୍ୟ ଓ ଅଂଶୁମାନ ଗାଧୋଇବା ପାଇଁ ପାଣିକୁ ପଶି ଯାଇ ଗୋଡ଼ ଖସି ଯିବାରୁ ସେମାନେ ଅଥଳ ଜଳରାଶି ଭିତରକୁ ପଶି ଯାଇଥିଲେ। ପ୍ରାୟ ୩ଶହ ଫୁଟ୍‌ରୁ ଅଧିକ ଗଭୀରରେ ଜଳ ରହିଥିଲା। ବାଲେଶ୍ବରରୁ ଓଡ୍ରାଫ୍ଟ ଟିମ୍ ଓ ନୀଳଗିରି ଅଗ୍ନିଶମ ବାହିନୀ ନିଖୋଜ ଦୁଇ ଛାତ୍ରଙ୍କୁ ଗତକାଲି ଠାରୁ ଖୋଜିବାରେ ବ୍ୟସ୍ତ ରହିଥିଲେ। ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ଛାତ୍ର ଭବିଷ୍ୟ ଓ ଅଂଶୁମାନଙ୍କ ମୃତଦେହ ଅଥଳ ପାଣିରୁ ଉଦ୍ଧାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    47 %
    2.1kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ