Saturday, April 4, 2026
29 C
Odisha

    ନୂଆପଡା ପ୍ରଚାର ମଇଦାନରେ କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ନୂଆପଡା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହି ଗସ୍ତ ସମୟରେ ବିଭିନ୍ନ ସମାଜ ପକ୍ଷରୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି।
    ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି 5T ଅଧ୍ୟକ୍ଷ କହିଛନ୍ତି ଯେ, ଓଡିଶାରେ କେବଳ ନବୀନ ଇଞ୍ଜିନ ଚାଲିବ। ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟେ ଇଞ୍ଜିନ ଆସିଛି । ଯଦି ଡବଲ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟେ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି।୨୦୧୯ରେ ନୂଆପଡାବାସୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ବି ସାଂସଦ ଭାବେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ ହୋଇଥିଲେ। ହେଲେ ଏଇ ପାଞ୍ଚ ବର୍ଷ ଧରି ତାଙ୍କୁ ନୂଆପଡାବାସୀ ଦେଖିବାକୁ ପାଇନଥିଲେ। ନୂଆପଡାରେ ଯଦି ନିଯୁକ୍ତି ସମସ୍ୟା ରହିଛି ତେବେ ସାଂସଦ କାହିଁକି ନୂଆପଡାରେ ଦକ୍ଷତା ବିକାଶ କେନ୍ଦ୍ର କଲେ ନାହିଁ। ସେହିଭଳି ନୂଆପଡା-ଭବାନୀପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବେ ବି ଦୁଇ ଥାକିଆ ଅଛି। ହେଲେ ରାଜ୍ୟ ସରକାର ଚାରିଥାକିଆ ବିଜୁ ଏକ୍ସପ୍ରେସ ୱେ କରୁଛନ୍ତି । ଏହା ପ୍ରାମାଣିତ କରୁଛି ଯେ, ନୂଆପଡାର ବିକାଶ ନେଇ ୨୦୧୯ରେ ନିର୍ବାଚିତ ସାଂସଦ ନୂଆପଡାର ବିକାଶ ପାଇଁ କୌଣସି କାମ କରିନାହାଁନ୍ତି। କିନ୍ତୁ ଲୋକଙ୍କ ପାଖରେ ଉତ୍ତରଦାୟୀ ବିଜେଡି ସରକାର ସବୁବେଳେ ନୂଆପଡାର ବିକାଶକୁ ଗୁରୁତ୍ବ ଦେଇଆସୁଛନ୍ତି।

    ଏହି ଅବସରରେ 5T ଅଧ୍ୟକ୍ଷ ଗତ ମେ’ ମାସରେ ନୂଆପଡା ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ସମ୍ପର୍କିତ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ ନୂଆପଡା ନିର୍ବାଚନମଣ୍ଡଳିକୁ ୧୩୧ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି । ପାଟୋରା ଯୋଗେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସୁନ୍ଦେଇ ମନ୍ଦିରର ବିକାଶ ପ୍ରକଳ୍ପକୁ ବି ମଂଜୁରୀ ମିଳିଛି । ଏଥିସହିତ ସୁନାବେଢା ରାସ୍ତା କାମ ଆରମ୍ଭ ହୋଇଛି । ଛଅ ମାସ ମଧ୍ୟରେ କାମ ସରିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ