Friday, October 2, 2026
22.9 C
Odisha

    ନୂଆବର୍ଷରେ ନୂଆ ନାଁଆ ରେ ଏଲନ ମସ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ନୂଆବର୍ଷରେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ନାଁ ବଦଳାଇଛନ୍ତି। ତେବେ ବାସ୍ତବ ଜୀବନରେ ସେ ନିଜ ନାମ ପରିବର୍ତ୍ତନ କରିନାହାନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟର ପ୍ରୋଫାଇଲ ନାମକୁ ମସ୍କ ବଦଳାଇ ‘କେକିଅସ ମାକ୍ସିମସ’ ରଖିଛନ୍ତି। ଏହା ସହିତ ସେ ନିଜ ପ୍ରୋଫାଇଲ ଫଟୋକୁ ବି ବଦଳାଇ ହାତରେ ଭିଡିଓ ଗେମ ଜୟଷ୍ଟିକ ଧରିଥିବା ‘ପେ​‌ପେ ଦ ଫ୍ରଗ’ ଚରିତ୍ରର ଏକ ଫଟୋକୁ ରଖିଛନ୍ତି। ତେବେ ଏହି ନୂଆ ନାମ ପଛରେ ରହିଥିବା ଚରିତ୍ର କିଏ ତାହା ଜାଣିବାକୁ ଆପଣମାନଙ୍କର ଇଚ୍ଛା ହେଉଥିବ ନିଶ୍ଚୟ।କେକିଅସ ମାକ୍ସମସ ହେଉଛି କ୍ରିପ୍ଟୋକରେନ୍ସି ବଜାରରେ ଏକ ନୂଆ ସଦସ୍ୟ। ଯାହା ବର୍ତ୍ତମାନ ସମୟରେ ନିବେଶକମାନଙ୍କୁ ବେଶ୍‌ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ବିଟକଏନ, ଇଥେରିୟମ ଭଳି କେକିଅସ ମାକ୍ସିମସ ମଧ୍ୟ ଏକ ନୂଆ କ୍ରିପ୍ଟୋକରେନ୍ସି। ଯାହା ଡିସେମ୍ବର ୨୭ରେ କ୍ରିପ୍ଟୋ ବଜାରରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ନିଜ ପ୍ରୋଫାଇଲ ନାମ ଓ ଫଟୋ ବଦଳାଇବା ସହିତ କ୍ରିପ୍ଟୋକରେନ୍ସି ମଧ୍ୟରେ କି ସମ୍ପର୍କ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା କ୍ରିପ୍ଟୋ ଜଗତରେ ମସ୍କଙ୍କ ପ୍ରବେଶ ନେଇ ଗୋଟିଏ ପ୍ରକାର ସଙ୍କେତ ଦେଉଥିବା ଆଲୋଚନା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ