Friday, October 2, 2026
22.2 C
Odisha

    ପୁଣି ତାଇୱାନ ସୀମାକୁ ପଠାଇଲା ୨ଯୁଦ୍ଧବିମାନ-୭ଯୁଦ୍ଧପୋତ ଚୀନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ପୁଣି ଥରେ ଚୀନ୍‌ର ସାମରିକ କାର୍ଯ୍ୟକଳାପକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ତାଇୱାନ ନିକଟରେ ଦୁଇଟି ଚାଇନିଜ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ବିମାନ ଏବଂ ସାତୋଟି ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା (ପିଏଲଏଏନ) ଜାହାଜ ଚିହ୍ନଟ କରାଯାଇଛି ବୋଲି ଏମଏନଡି କହିଛି।

    ଏମଏନଡି ଅନୁଯାୟୀ, ଦୁଇଟି ପିଏଲଏ ଯୁଦ୍ଧବିମାନ ମଧ୍ୟରୁ ଗୋଟିଏ ମଧ୍ୟରେଖା ଅତିକ୍ରମ କରି ତାଇୱାନର ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରତିରକ୍ଷା ପରିଚୟ ଜୋନ୍ (ଏଡିଆଇଜେଡ୍)ରେ ପ୍ରବେଶ କରିଥିଲା।ଏହି ସମୟରେ,ଏମଏନଡି ତାଇୱାନ ନିକଟରେ ୨ଟି ଚାଇନିଜ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଯୁଦ୍ଧବିମାନ ଏବଂ ୭ଟି ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା ଜାହାଜ ଚଳାଚଳ କରୁଥିବା ସୂଚନା ଦେଇଛି। ବୁଧବାର ସକାଳ ୬ଟା ଏହା ଜଣାପଡ଼ିଥିବା ଏମଏନଡି ପକ୍ଷରୁ କୁହାଯାଇଛି।

    ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ପ୍ରଦାନ କରାଯାଇଛି।
    ସୋମବାର ଦିନ ୨୩ଟି ଚୀନ୍ ସାମରିକ ବିମାନ ଏବଂ ୬ଟି ନୌସେନା ଜାହାଜ ସହିତ ତାଇୱାନ ଅଞ୍ଚଳ ପରିସରରେ ସାମରିକ କାର୍ଯ୍ୟକଳାପ କରୁଥିବା ରିପୋର୍ଟ ହୋଇଥିଲା। ନିକଟରେ ନାଟୋର ସେକ୍ରେଟେରୀ ମାର୍କ ରୁଟ୍ ମଧ୍ୟ ଚୀନ୍‌ର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।ସେ କହିଥିଲେ, ଚୀନ୍‌ର ଅଭିଳାଷ ବିଷୟରେ ଆମେ ସ୍ପଷ୍ଟ ଭାବରେ ଚିନ୍ତା କରିବା ଆବଶ୍ୟକ। କୌଣସି ସ୍ୱଚ୍ଛତା ବିନା ଚୀନ୍ ନିଜର ଆଣବିକ ଅସ୍ତ୍ରଶସ୍ତ୍ର ସମେତ ବହୁ ପରିମାଣରେ ସାମରିକ ନିର୍ମାଣ କରୁଛି। ଏହା ଜାରି ରହିଲେ ଚୀନ୍ ପାଖରେ ୨୦୨୦ରେ ୨୦୦ ୱାରହେଡ୍ ଠାରୁ, ୨୦୩୦ସୁଦ୍ଧା ଚୀନ୍ ପାଖରେ ୧୦୦୦ରୁ ଅଧିକ ଆଣବିକ ୱାରହେଡ୍ ରହିବ ବୋଲି ଆଶା କରାଯାଉଛି।ଚୀନ୍‌ର ସ୍ପେସ୍ ଲଞ୍ଚ୍ ନିବେଶ ବୃଦ୍ଧି ପାଉଛି। ଚୀନ୍ ତାଇୱାନକୁ ଧମକ ଦେଉଛି ଏବଂ ଆମର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ପ୍ରବେଶ କରିବା ପାଇଁ ବିଭିନ୍ନ କୌଶଳ ଆପଣେଉଛି। ଚୀନ୍‌ର ଆମ ସମାଜକୁ ଶକ୍ତହୀନ କରିପାରେ ।ତାଇୱାନ ଷ୍ଟ୍ରାଇଟ୍ ତିକ୍ତତାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଇୱାନର ଅଧିକାରୀମାନେ ବାରମ୍ବାର ଚୀନ୍ ସାମରିକ କାର୍ଯ୍ୟକଳାପର ବୃଦ୍ଧିକୁ ଦ୍ୱୀପର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଶାନ୍ତି ପ୍ରତି ସିଧାସଳଖ ବିପଦ ବୋଲି କହି ନିନ୍ଦା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ