Wednesday, July 22, 2026
23.3 C
Odisha

    ନୂଆବର୍ଷରେ ରାଜ୍ୟରେ ଆହୁରି ବଢ଼ିବ ଶୀତ, ଜାନୁଆରୀ ୧ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂଆବର୍ଷରେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଜାନୁଆରୀ ୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜାନୁଆରୀ ୧ରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିବ । ଘନକୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି  କରିଛି ପାଣିପାଗ ବିଭାଗ । ୧୦ ଡିଗ୍ରୀ ତଳେ ୧୫ ସହର ପାରଦ।

    ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି । ଏହାସହ ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି। କମୁ ନାହିଁ କୁହୁଡି। ସକାଳ ୯ଟା ପାଖେଇଲାଣି, କିନ୍ତୁ ଏବେ ପର୍ଯ୍ୟନ୍ତ କୁହୁଡି କବଜାରେ ରହିଛି କଟକ ସହର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    2.9kmh
    100 %
    Wed
    25 °
    Thu
    27 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ