ଗାଜା: ଉତ୍ସବ, ଆନନ୍ଦ ଏବଂ ନୂତନ ଆଶା ସହିତ ସମଗ୍ର ବିଶ୍ୱ ନୂତନ ବର୍ଷରେ ପ୍ରବେଶ କରିଥିବାବେଳେ ଗାଜାରେ ନୂତନ ବର୍ଷର ପ୍ରଥମ ଦିନ ମଧ୍ୟ ରକ୍ତରେ ଭାସିଛି। ୨୦୨୫ ବର୍ଷର ପ୍ରଥମ ଦିନରେଗାଜା ଯୁଦ୍ଧ ଏହାର ୪୫୩ ତମ ଦିନରେ ପ୍ରବେଶ କରିଛି, ବର୍ଷର ପ୍ରଥମ ଦିନରେ ମଧ୍ୟ୍ ଗାଜା ଉପରେ ଆକ୍ରମଣ ଜାରି ରଖିଛି।
ମିଳିତ ଜାତିସଂଘ କହିଛି ଯେ, ଗାଜାର ଡାକ୍ତରଖାନା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁ ସ୍ୱାସ୍ଥ୍ୟ ସେବାକୁ ନଷ୍ଟ ହୋଇଯାଇଛି। ଜାତିସଂଘ ଏହା ମଧ୍ୟ କହିଛି ଯେ, ଏହି ଆକ୍ରମଣ କରିବା ପଛରେ ଇସ୍ରାଏଲର କାରଣ, ପାଲେଷ୍ଟାଇନ ସଶସ୍ତ୍ର ଗୋଷ୍ଠୀ ଏହି ସୁବିଧା ବ୍ୟବହାର କରୁଛନ୍ତି। ଏହା ମିଥ୍ୟା ଏବଂ ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ତଥ୍ୟର ବିପରୀତ। ଇସ୍ରାଏଲ୍ ଆକ୍ରମଣ ପରେ ମଧ୍ୟ ଅଲ-କାସାମ ବ୍ରିଗେଡ୍ ଇସ୍ରାଏଲ୍ ବାହିନୀ ଏବଂ ବସ୍ତିବାସିନ୍ଦାଙ ଟାର୍ଗେଟ କରିଚାଲିଛି। ହମାସ୍ର ସାମରିକ ୱିଙ୍ଗ ଅଲ-କାସାମ ବ୍ରିଗେଡ ଘୋଷଣା କରିଛି ଯେ ଏହାର ଯୁଦ୍ଧବିମାନ ଇସ୍ରାଏଲର ନେଟିଭୋଟ ବସ୍ତିରେ ରକେଟ ମାଡ଼ କରିଛି।