Sunday, March 22, 2026
28.1 C
Odisha

    ନୂଆବର୍ଷ ଛୁଟି ପରେ ସରକାରୀ ଓକିଲଙ୍କ ନିଯୁକ୍ତି ସରିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ସରକାର ବଦଳିବାର ଦେଢ଼ ବର୍ଷ ପରେ ନୂଆ ସରକାରୀ ଓକିଲଙ୍କୁ ନିଯୁକ୍ତି ପ୍ରଦାନ ଆରମ୍ଭ କରିଛନ୍ତି ବିଜେପି ସରକାର। ଗତ କିଛି ଦିନ ମଧ୍ୟରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ବିଜେଡି ସରକାର ଅମଳରେ ନିଯୁକ୍ତି ପାଇଥିବା ସରକାରୀ ଓକିଲଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇ ସେମାନଙ୍କ ସ୍ଥାନରେ ନୂଆ ସରକାରୀ ଓକିଲଙ୍କୁ ନିଯୁକ୍ତ କରାଯାଇଛି। ଇତିମଧ୍ୟରେ ୧୨ ଜିଲାର କୋର୍ଟରେ ନୂଆ ସରକାରୀ ଓକିଲଙ୍କ ନିଯୁକ୍ତି କରାଯାଇ ଥିବାବେଳେ ଅବଶିଷ୍ଟ ଜିଲ୍ଲାରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟର ୨୩ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ଚୂଡ଼ାନ୍ତ ହୋଇଛି। ଅବଶିଷ୍ଟ ୭ ଜିଲ୍ଲାରେ ଖୁବ୍‌ଶୀଘ୍ର ନିଯୁକ୍ତି ହେବ। ସରକାରୀ ଓକିଲ ନିଯୁକ୍ତି ନେଇ ୧୨ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆବର୍ଷ ଛୁଟି ପରେ ଆଉ ୧୧ ଜିଲାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ଖୁବ୍‌ଶୀଘ୍ର ବୋର୍ଡ, ନିଗମ ନିଯୁକ୍ତି ହେବ ବୋଲି ସେ କହିଛନ୍ତି।ନୂଆବର୍ଷ ଛୁଟି ପରେ ସରକାରୀ ଓକିଲଙ୍କ ନିଯୁକ୍ତି ସରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ