Friday, April 10, 2026
25.6 C
Odisha

    ନୂଆ ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନଠାରେ ଶପଥ ନେବେ ସୁନେତ୍ରା ପାୱାର। ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଶପଥ ନେବେ । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯିବ। ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ ଥିବା ଅର୍ଥ, ଅବକାରୀ ଓ କ୍ରୀଡ଼ା ବିଭାଗ ସମ୍ଭାଳିବେ ।

    ଗତ ୨୮ ଜାନୁଆରୀରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ​ଅଜିତ ପାୱାରଙ୍କ ପରଲୋକ ପରେ NCPରେ ନେତୃତ୍ୱର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା, ତାକୁ ପୂରଣ କରିବା ପାଇଁ ପରିବାର ଏବଂ ଦଳୀୟ ନେତାମାନେ ସୁନେତ୍ରାଙ୍କ ନାମରେ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଥିରେ କୌଣସି ଆପତ୍ତି ନଥିବା ଜଣାଇଛନ୍ତି। ​ସୁନେତ୍ରା ପାୱାର ଜଣେ ଜଣାଶୁଣା ସମାଜସେବୀ। ସେ ୨୦୨୪ରୁ ରାଜ୍ୟସଭା ସାଂସଦ ଅଛନ୍ତି। ବାରାମତୀରେ ଅଜିତ ପାୱାରଙ୍କ ଦେହାନ୍ତ ପରେ ସେହି ଆସନ ଏବେ ଖାଲି ପଡ଼ିଛି। ଏହି ଆସନରୁ ସୁନେତ୍ରା ପାୱାର ପ୍ରତିଦ୍ୱନ୍ଦ୍ବିତା କରିବେ ବୋଲି ଜଣାପଡିଛି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସ୍ବାଭାବିକ ରଖିବା ପାଇଁ ଶୋକ ପାଳନ ସହିତ ସରକାରୀ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ଦଳ ଏହି ନିଷ୍ପତ୍ତି ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ