Monday, October 19, 2026
21.9 C
Odisha

    ଆୟକର ବିଭାଗ ଚଢ଼ାଉ : ଭୟରେ ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ସିଜେ ରାୟ

    ଆଗକୁ ପଢନ୍ତୁ

    ରିଅଲ ଇଷ୍ଟେଟ୍‌ କମ୍ପାନି କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସିଜେ ରାୟ ବେଙ୍ଗାଲୁୁରୁସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆୟକର ଚଢ଼ଉ ଭୟରେ ରାୟ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଗୁରୁବାର ଏହି ଘଟଣା ଘଟିଛି। ୫୭ ବର୍ଷୀୟ ରାୟଙ୍କ ଗୁଳିବିଦ୍ଧ ଶରୀର କେନ୍ଦ୍ରୀୟ ବେଙ୍ଗାଲୁରୁର ଲାଙ୍ଗଫର୍ଡ ସହରସ୍ଥିତ ତାଙ୍କ ବାସଭବନରୁ ମିଳିଛି। ରାୟଙ୍କୁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲ ଓ ପରେ ନାରାୟଣ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା କି ଏଥିରେ ଅନ୍ୟ କିଛି ଷଡ଼୍‌ଯନ୍ତ୍ର ରହିିଛି ତାହା ପୁଲିସ ସ୍ପଷ୍ଟ କରିନି। ପୁଲିସ କହିଛି ଯେ, ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ। ଆମେ ସମସ୍ତ ସମ୍ଭାବନାର ତଦନ୍ତ କରୁଛୁ। ତେବେ ଘଟଣା ଘଟିବା ସମୟରେ ଆୟକର ବିଭାଗ ଅଧିକାରୀମାନେ କନଫିଡେଷ୍ଟ ଗ୍ରୁପ୍‌ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଉକ୍ତ କମ୍ପାନି ଏକ ଦୀର୍ଘକାଳୀନ ଟାକ୍ସ ବିବାଦରେ ଫସିଛି ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଛି।

    କିନ୍ତୁ ଆୟକର ଅଧିକାରୀମାନେ ବେଙ୍ଗାଲୁରୁ ସହରର ରିଚ୍‌ମଣ୍ଡ ରୋଡ୍‌ ଅଞ୍ଚଳରେ ଥିବା ରାୟଙ୍କ ଅଫିସ୍‌ରେ ଚଢ଼ଉ କରିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି। ଗୁଳିଶବ୍ଦ ଶୁଣି ତାଙ୍କ ଷ୍ଟାଫ୍‌ ସଦସ୍ୟମାନେ ତୁରନ୍ତ ରୁମ୍‌ ଭିତରକୁ ଯାଇ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପୁଲିସ କହିଛି ଯେ, ରାୟ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ନିଜେ ଗୁଳି ଚଳାଇଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବେଙ୍ଗାଲୁରୁ ସିଟି ପୁଲିସ କମିସନର ସିମନ୍ତ କୁମାର ସିଂହ ଏହି ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରିଛନ୍ତି ଏବଂ ଗତ ୨ରୁ ୩ ଦିନ ଧରି ଚଢ଼ଉ ଆରମ୍ଭ ହୋଇଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ