Thursday, September 19, 2024
23 C
Odisha

    ନୂଆ-ଓ’ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର: ପିଜି-ୟୁଜି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଆସିବ ନୂଆ ଯୋଜନା

    ଆଗକୁ ପଢନ୍ତୁ

    ବିଜେଡି ସରକାର ଅମଳରେ ଲାଗୁ ହୋଇଥିବା ‘ନୂଆ-ଓ’ କାର୍ଯ୍ୟକ୍ରମକୁ ନୂଆ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପିଜି-ୟୁଜି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ନୂଆ ଯୋଜନା ପ୍ରଣୟନ କରିବେ । ସେନେଇ ପ୍ରସ୍ତୁତି ଚାଲୁ ରହିଛି । ରାଜ୍ୟରେ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ଚଳିତ ବର୍ଷଠାରୁ ରାଜ୍ୟ ସରକାର ଏହି ଯୋଜନାର ଆରମ୍ଭ କରିବେ । ଏହି ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

    ସେହିପରି ରାଜ୍ୟ ସରକାର ପୁଣି ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରିବେ । ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପୁଣି ଥରେ ସଂଶୋଧନ ହେବ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଜବାବ ରଖିଛନ୍ତି । ପୁରୁଣା ଢାଞ୍ଚ ଫେରିବ ଓ ସିନେଟ ବ୍ୟବସ୍ଥା ରହିବା ସହ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ । ବିଶ୍ୱିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ପୂର୍ବ ବିଜେଡି ସରକାର ୨୦୨୦ ମସିହା ନଭେମ୍ବର ମାସରେ ସଂଶୋଧନ କରିଥିଲେ । ଏବେ ଉକ୍ତ ଆଇନକୁ ରାଜ୍ୟ ସରକାର ସଂଶୋଧନ କରିବେ ବୋଲି ମନ୍ତ୍ରୀ ସୂରଜ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ