Tuesday, November 17, 2026
25.5 C
Odisha

    ନୂଆ ଜେମ୍ସ ବଣ୍ଡ ହେଲେ ହଲିଉଡ୍ ଷ୍ଟାର୍ ରବର୍ଟ ପାଟିନସନ୍, ଆମାଜନ୍ MGM ପକ୍ଷରୁ ଆନୁଷ୍ଠାନିକ ଘୋଷଣା

    ଆଗକୁ ପଢନ୍ତୁ

    ନୂଆ ଜେମ୍ସ ବଣ୍ଡ ହେଲେ ରବର୍ଟ ପାଟିନସନ୍ । ଆମାଜନ୍ MGM ପକ୍ଷରୁ ଆନୁଷ୍ଠାନିକ ଘୋଷଣା । ଡାନିଏଲ୍ କ୍ରେଗଙ୍କ ସ୍ଥାନ ନେଲେ ୪୦ ବର୍ଷୀୟ ହଲିଉଡ୍ ଷ୍ଟାର୍ । ୨୦୨୮ରେ ଆସିବ ନୂଆ ଜେମ୍ସ ବଣ୍ଡ ଫିଲ୍ମ ଏଣିକି ବ୍ରିଟିଶ୍ ଗୁପ୍ତଚର ଏଜେଣ୍ଟ ଜେମ୍ସବଣ୍ଡ- ୦୦୭ ଭୂମିକାରେ ନଜର ଆସିବେ ହଲିଉଡ୍ ଅଭିନେତା ରବର୍ଟ ପାଟିନସନ୍ । ଦୀର୍ଘଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମାଜନ୍ ଏମଜିଏମ୍ ଷ୍ଟୁଡିଓ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି ।

    ଡାନିଏଲ୍ କ୍ରେଗ୍ ଙ୍କ ପରେ ୪୦ ବର୍ଷୀୟ ପାଟିନସନ୍ ହେବେ ଜେମ୍ସ ବଣ୍ଡ ସିରିଜ୍ ର ସପ୍ତମ ଅଭିନେତା । ୨୦୨୧ରେ ରିଲିଜ୍ ହୋଇଥିବା ନୋ- ଟାଇମ୍ ଟୁ ଡାଏ ଫିଲ୍ମରେ ଶେଷଥର ପାଇଁ ଜେମ୍ସ ବଣ୍ଡ ଭୂମିକାରେ ନଜର ଆସିଥିଲେ ଡାନିଏଲ୍ କ୍ରେଗ୍ । ଏହାପରଠାରୁ ପରବର୍ତ୍ତୀ ୦୦୭ କିଏ ହେବେ, ତାହାକୁ ନେଇ ଚାଲିଥିଲା ଚର୍ଚ୍ଚା । ଶେଷରେ ରବର୍ଟ ପାଟିନସନ୍ ଙ୍କ ନାଁରେ ମୋହର ମାରିଛି ପ୍ରଯୋଜନା ସଂସ୍ଥା । ଅଫିସିଆଲ୍ ୦୦୭ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଛୋଟ ଟିଜର୍ ଜାରି କରାଯାଇଛି ।

    ଏଥିରେ କଳା ସୁଟ୍ ପିନ୍ଧି ହାତରେ ବନ୍ଧୁକ ଧରିଥିବା ପାଟିନସନଙ୍କୁ ଦେଖିବାକୁ ମିଳିଛି। ଟିଜର୍ ରେ ଜେମ୍ସ ବଣ୍ଡଙ୍କ ପ୍ରତ୍ୟାବର୍ତ୍ତନର ସଙ୍କେତ ଦିଆଯାଇଛି । ନୂଆ ବଣ୍ଡ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଡ୍ୟୁନ୍ ଫେମ୍ ନିର୍ଦ୍ଦେଶକ ଡେନିସ୍ ଭିଲନେଭ୍ । ଫିଲ୍ମର କାହାଣୀ ଲେଖୁଛନ୍ତି ଷ୍ଟିଭେନ୍ ନାଇଟ୍ । ଆମି ପାସ୍କାଲ୍ ଓ ଡେଭିଡ୍ ହେମ୍ୟାନ୍ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ଫିଲ୍ମର ନାଁ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିବା ବେଳେ ୨୦୨୭ରେ ସୁଟିଂ ଆରମ୍ଭ ହେବା ଆଶା କରାଯାଉଛି ।

    ତେବେ ରିଲିଜ୍ ତାରିଖ ଆନୁଷ୍ଠାନିକ ଭାବେ ସ୍ଥିର ହୋଇନାହିଁ । ନୂଆ ଦାୟିତ୍ୱକୁ ନେଇ ପାଟିନସନ୍ କହିଛନ୍ତି, ଜେମ୍ସ ବଣ୍ଡ ଭଳି ଏକ କିମ୍ବଦନ୍ତୀ ଚରିତ୍ରରେ ଅଭିନୟ କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ମଧ୍ୟରୁ ଅନ୍ୟତମ । ଏହା ତାଙ୍କ ପାଇଁ ସ୍ୱପ୍ନ ସାକାର ହେବା ସଦୃଶ । ଟ୍ୱିଲାଇଟ୍ ଓ ଦି ବ୍ୟାଟମ୍ୟାନ୍ ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଥିବା ପାଟିନସନ୍ ଏବେ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଗୁପ୍ତଚର ଚରିତ୍ରକୁ ପରଦାରେ ଜୀବନ୍ତ କରିବେ । ତାଙ୍କ ଅଭିନୟରେ ଜେମ୍ସ ବଣ୍ଡଙ୍କ ନୂଆ ଅବତାର କିଭଳି ହେବ, ତାହା ଦେଖିବାକୁ ଉତ୍ସାହିତ ସିନେପ୍ରେମୀ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    58 %
    1.8kmh
    99 %
    Tue
    27 °
    Wed
    26 °
    Thu
    26 °
    Fri
    20 °
    Sat
    22 °

    ସମ୍ବନ୍ଧିତ