Sunday, April 5, 2026
25.5 C
Odisha

    ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା, ୨ ଯବାନ ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଂଚଳର ଗୋମଗୁଡା ପୁଲିସ କ୍ୟାମ୍ପ ଉପରେ ନକ୍ସଲ ହମଲା କରିଛନ୍ତି। ଏହି ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଆହତ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ସୂଚନା ଅନୁଯାୟୀ ଗତ ଦୁଇଦିନ ତଳେ ନକ୍ସଲ ପ୍ରବଣ ଗୋମଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପର ସ୍ଥାପନା କରାଯାଇଥିଲା। ଏହି ଅଂଚଳ ନକ୍ସଲ ସଂଗଠନର ପିଏଲଜିଏ କମ୍ରେଡ଼ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ଥିଲା। ଗୋମଗୁଡା ଅଂଚଳରେ ନକ୍ସଲ ବହୁ ହିଂସା ଘଟାଇଛନ୍ତି। ତେଣୁ ଦୀର୍ଘ ଦିନର ଦାବି ପରେ ସରକାର ଏହି ଅଂଚଳରେ କ୍ୟାମ୍ପ ପ୍ରତିଷ୍ଠା କଲେ। ଏହି କ୍ୟାମ୍ପ ପ୍ରତିଷ୍ଠାକୁ ନେଇ ନକ୍ସଲ ଚିନ୍ତାରେ ପଡିଲେ।

    ଧୀରେ ଧୀରେ ଯବାନ ସମସ୍ତ ନକ୍ସଲ ଗଡ଼କୁ ନିଜ ଅକ୍ତିଆରକୁ ନେଲେଣି। ତେଣୁ ନକ୍ସଲ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଅଚାନକ ଏହି ନୂତନ କ୍ୟାମ୍ପ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଯାହାଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ସେଣ୍ଟ୍ରି ଜଗିଥିବା ଦୁଇ ଯବାନ ଆହତ ହୋଇଥିଲେ। ଯବାନ ଏବେ ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ