Friday, October 2, 2026
22.2 C
Odisha

    ନେତାଜୀଙ୍କ ସାହସ, ସଂଗ୍ରାମ, ଦେଶପ୍ରେମ ଓ ତ୍ୟାଗ ଅତୁଳନୀୟ : ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

    ଆଗକୁ ପଢନ୍ତୁ

    କଟକ : ନେତାଜୀଙ୍କ ସାହସ,ସଂଗ୍ରାମ,ଦେଶପ୍ରେମ ,ତ୍ୟାଗ ଓ ଅତୁଳନୀୟ । କେବଳ ସ୍ୱାଧୀନତା କିଭଳି ଆସିବ ଅନ୍ୟ ମାନେ ଚିନ୍ତା କରୁଥିବା ବେଳେ, ନେତାଜୀ ସ୍ୱାଧୀନତା ଆଣିବା ସହିତ କିଭଳି ରାଷ୍ଟ୍ର କୁ ବିକାଶ ପଥରେ ନିଆଯିବ ସେ ନେଇ ଚିନ୍ତା କରିଥିଲେ। ପରାକ୍ରମ ଦିବସ କେବଳ ନେତାଜୀଙ୍କ ସ୍ମୃତି ରକ୍ଷା ପାଇଁ ନୁହେଁ, ରାଷ୍ଟ୍ର ନିର୍ମାଣ ପାଇଁ ସଂକଳ୍ପ ନେବାର ଦିନ ହେବା ଆବଶ୍ୟକବୋଲି କହିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।

    ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ପାଳନ ଅବସରରେ କଟକରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗଦେଇଥିଲେ ଉପରାଷ୍ଟ୍ରପତି । ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସୁଭାଷ ବୋଷଙ୍କ ଉପରେ ଏକ ପ୍ରଦର୍ଶନୀ, ଆଜାଦ ହିନ୍ଦ ଫୌଜ ଉପରେ ଡାକ ଟିକେଟ ଗ୍ୟାଲେରୀ ଓ ନେତାଜୀ ସଂସ୍କୃତି ଭବନରେ ଉଦଘାଟନ କରିଥିଲେ ଉପରାଷ୍ଟ୍ରପତି ।

    ଏହି ଅବସରରେ ନେତାଜୀଙ୍କ ଜୀବନ କାହାଣୀ ତାଙ୍କ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା ବୋଲି କହିଥିଲେ । ସୁଭାଷ ବୋଷଙ୍କ ଦୃଷ୍ଟିକୋଣ ଓ ପରାକ୍ରମ ଭାବନା ଉପରେ ସେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ, ସ୍ୱାଧୀନତା ଭିକ୍ଷା କରି, ମାଗିକି ନୁହେଁ, ଛଡାଇ କି ନେବା ଆବଶ୍ୟକ ବୋଲି ନେତାଜୀ ଅନୁଭବ କରି ପାରିଥିଲେ ।

    କେବଳ ଇତିହାସ ପୃଷ୍ଠା ନୁହେଁ, ନେତାଜୀଙ୍କ ବିଚାରଧାରା ଜନମାନସରେ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ନାଁ ସ୍ମରଣ ମାତ୍ରେ ବୀରତ୍ବ ଭାବନା ଜାଗ୍ରତ ହୁଏ । ସମଗ୍ର ଦେଶର ଦଶା ଆଉ ଦିଶାକୁ ବଦଳାଇ ଦେବା ଭଳି ନେତୃତ୍ୱ ହେଉଛନ୍ତି ନେତାଜୀ ସୁଭାଷ ବୋଷ । ଏପରି ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପ୍ରଚାର ପ୍ରସାର ଓ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାସ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ