Monday, December 29, 2025
11.4 C
Odisha

    ନେପାଳରେ ଭୂମିକମ୍ପ ଝଟକା, ତୀବ୍ରତା ୪.୬

    ଆଗକୁ ପଢନ୍ତୁ

    ନେପାଳ  : ନେପାଳରେ ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ସମ୍ପୂର୍ଣ୍ଣ ନେପାଳ ଦୋହଲି ଯାଇଛି। ପଶ୍ଚିମ ସୁଦୂର ପଶ୍ଚିମ ପ୍ରଦେଶ ନେପାଳରେ ସକାଳ ପ୍ରାୟ ଆଠଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିକାଲ୍ ମନିଟରିଂ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୬ ବୋଲି ମାପ କରାଯାଇଥିଲା । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ସକାଳ ୮ଟା ୨୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

    ଏହାଦ୍ୱାରା ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । କହିରଖୁଛୁ, ପଶ୍ଚିମ ନେପାଳରେ ପ୍ରାୟତଃ ବାରମ୍ବାର ଭୂମିକମ୍ପ ହୁଏ । ନଭେମ୍ବର ୩୦ ତାରିଖରେ ସେହି ରାଜ୍ୟର ବାଝାଙ୍ଗ ଜିଲ୍ଲାର ସାଇପାଲ ପର୍ବତ ଅଞ୍ଚଳରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.4 ° C
    11.4 °
    11.4 °
    34 %
    1.4kmh
    0 %
    Mon
    28 °
    Tue
    28 °
    Wed
    29 °
    Thu
    29 °
    Fri
    30 °

    ସମ୍ବନ୍ଧିତ