Sunday, July 12, 2026
30.9 C
Odisha

    ନେସନ୍‌ସ କପ୍‌ ମହିଳା ହକି ଫାଇନାଲରେ ଭାରତ

    ଆଗକୁ ପଢନ୍ତୁ

    ଅକ୍‌ଲାଣ୍ଡ    :  ଅକ୍‌ଲାଣ୍ଡ ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ନେସନ୍‌ସ କପ୍‌ ମହିଳା ହକି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଭାରତ ପ୍ରଥମ ସେମିଫାଇନାଲରେ ୬-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ।ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ରହିଥିବା ଭାରତ ସେମିଫାଇନାଲରେ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିଥିଲା। ୬ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନବନୀତ କୌର ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୩ ମିନିଟ୍‌ରେ ନବନୀତ କୌର ଦ୍ବିତୀୟ ଗୋଲ୍‌ ଦେଇଥିଲେ। ୧୪ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦୀପିକା ଗୋଲ୍‌ରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୩-୦ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୮ ମିନିଟ୍‌ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଦୀପିକା ଗୋଲ୍‌ରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୦ ଗୋଲ୍‌ରେ ଆଗୁଆ ରହିଥିଲା। ୩୨ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ସଟ୍‌କୁ ନେହା ଗୋଲ୍‌ରେ ପରିଣତ କରି ଭାରତକୁ ୫-୦ରେ ଆଗୁଆ କରିଥିଲେ। ୩୫ ମିନିଟରେ ଭାରତ ପକ୍ଷରୁ ଋତୁଜା ଦାଦାସୋ ପିସାଲ ଷଷ୍ଠ ଗୋଲ୍‌ ଦେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୬-୦ ଗୋଲ୍‌ରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ଦ୍ବିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଟ୍‌ଆଉଟ୍‌ ୧-୧(୪-୧) ଗୋଲ୍‌ରେ ଆମେରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    57 %
    5.6kmh
    78 %
    Sun
    32 °
    Mon
    33 °
    Tue
    26 °
    Wed
    31 °
    Thu
    33 °

    ସମ୍ବନ୍ଧିତ