Sunday, August 2, 2026
25.6 C
Odisha

    ଆଜି ୭ ଜିଲ୍ଲାରେ ବର୍ଷା ଓ ପବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୂର୍ବାପେକ୍ଷା ଗତକାଲି ଗ୍ରୀଷ୍ମ ତାତି ଓ ଗୁଳୁଗୁଳି ସାମାନ୍ୟ ହ୍ରାସ ପାଇଛି। ଆଜି କିଛି ଜିଲ୍ଲାରେ ପାରଦ ୩୮ରୁ ୪୦ଡିଗ୍ରୀ ମଧ୍ୟରେ ରହିଥିଲା। ଆଗାମୀ ୬/୭ଦିନ ଏହିପରି ସ୍ଥିତି ରହିବ। ଦିନବେଳା ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସେହିପରି ଆସନ୍ତା ୨୫ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୫୦କି.ମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ।

    ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗତକାଲି ଝାରସୁଗୁଡ଼ା ଓ ବୌଦ୍ଧରେ ସର୍ବାଧିକ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନୂଆପଡ଼ାରେ ୩୯ଡିଗ୍ରୀ, ବାରିପଦା, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୯ ଡିଗ୍ରୀ, ରାଉରକେଲା, ସୋନପୁର ଓ ବଲାଙ୍ଗିରରେ ୩୭, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରିରେ ୩୬, ଖୋରଧା, ପାରଳାଖେମୁଣ୍ଡି, ତାଳଚେର, କେନ୍ଦୁଝର ଓ ବାଲେଶ୍ବରରେ ୩୫ ଡିଗ୍ରୀ, ଭୁବନେଶ୍ବର, ରାୟଗଡ଼ା, ଯାଜପୁର, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରେ ୩୪ଡିଗ୍ରୀ, ଚାନ୍ଦବାଲି, କଟକ, ଅନୁଗୋଳ, ଫୁଲବାଣୀ, ଭଦ୍ରକ, ଢେଙ୍କାନାଳ ଓ ଦେବଗଡ଼ରେ ୩୩ଡିଗ୍ରୀ ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.6kmh
    100 %
    Sat
    25 °
    Sun
    31 °
    Mon
    32 °
    Tue
    30 °
    Wed
    28 °

    ସମ୍ବନ୍ଧିତ