Wednesday, October 7, 2026
31.4 C
Odisha

    ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଜରୁରୀ: ସିଜେଆଇ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ : ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଆହ୍ବାନ ରହିଥିବାରୁ ସେଗୁଡିକୁ ସୁଧାରିବା ଜରୁରୀ ହୋଇପଡିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭାଇ କହିଛନ୍ତି। ଗତକାଲି ହାଇଦରାବାଦସ୍ଥିତ ନଲ୍‌ସାର ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଜଷ୍ଟିସ ଗଭାଇ ଆହୁରି କହିଛନ୍ତି ଯେ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାବେଳେ ବର୍ଷ ବର୍ଷ ଧରି ଶୁଣାଣି ପ୍ରକ୍ରିୟା ଜାରି ରହୁଛି। ତେଣୁ ତ୍ବରିତ ନ୍ୟାୟ ପାଇଁ ଆମକୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇନଥିବା ବିଚାରାଧୀନ କଏଦୀ ଅଯଥାରେ ଦୀର୍ଘ ସମୟ ଧରି ଜେଲରେ ରହୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ବାସ ତୁଟିଯାଉଥିବା ସେ କହିଛନ୍ତି। ଆଇନ ବିଦ୍ୟାରେ ଅଧିକ ଜ୍ଞାନ ଆହରଣ କରିବାକୁ ବିଦେଶ ଯିବା ନିମନ୍ତେ ଜଷ୍ଟିସ ଗଭାଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ସୁପ୍ରିମକୋର୍ଟ ବିଚାରପତି ପି.ଏସ.ନରସିଂହା ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ