Wednesday, October 7, 2026
27.2 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରିଛନ୍ତି। ସ୍ଥାନୀୟ ୭, ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ଭେଟଘାଟରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର-ରାଜ୍ୟ ସମନ୍ୱୟ ତଥା ରାଜ୍ୟର ସାମଗ୍ରିକ ବିକାଶ ନେଇ ଆଲୋଚନା ହୋଇଛି। ଓଡ଼ିଶା ଭିଜନ -୨୦୩୬ ଅନୁଯାୟୀ ରାଜ୍ୟରେ ଦୃଢ଼ ପୁଞ୍ଜିନିବେଶ ସହ ଗରିବ କଲ୍ୟାଣ ବିଶେଷ କରି ମହିଳା, ଆଦିବାସୀ, ଦଳିତ ପଛୁଆବର୍ଗଙ୍କ ବିକାଶ ନିମନ୍ତେ ରାଜ୍ୟକୁ କିପରି ସଫଳତା ମିଳିବ ସେନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ଓଡ଼ିଶାର ବିକାଶ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣା ଏବଂ ଅତୁଟ ସମର୍ଥନ ନିମନ୍ତେ ମୁଖ୍ୟମନ୍ତ୍ରୀ ମାଝୀ କୃତଜ୍ଞତା ଜଣାଇଥିଲେ। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଲାଗି କେନ୍ଦ୍ର ଓ ରାଜ୍ୟ ପ୍ରତିଶ୍ରୁତିବଦ୍ଧ ବୋଲି ସାକ୍ଷାତ ପରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମାଝୀ।
    ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ସାକ୍ଷାତ କରି ରାଜ୍ୟରେ ପ୍ରତିରକ୍ଷା ଶିଳ୍ପ ସ୍ଥାପନ ବିଷୟରେ ଆଲୋଚନା କରିଛନ୍ତି। ଭେଟଘାଟରେ ମୁଖ୍ୟମନ୍ତ୍ରୀ ମାଝୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଅନେକ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଶିଳ୍ପ ସଂସ୍ଥା ରହିଛି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଅନୁକୂଳ ସ୍ଥିତି କାରଣରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ରାଜ୍ୟକୁ ସର୍ବାଧିକ ପୁଞ୍ଜି ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିରକ୍ଷା ଶିଳ୍ପ ସ୍ଥାପନ ପାଇଁ ଉଭୟ ନେତା ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କ ସହ ଆଲୋଚନା ପରେ ରାଜ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଶିଳ୍ପ ସ୍ଥାପନ ସମ୍ଭାବନା ସୃଷ୍ଟି ହୋଇଛି।
    ଦିଲ୍ଲୀ ଗସ୍ତ କାଳରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବି ଏଲ ସନ୍ତୋଷଙ୍କ ସହ ଦଳୀୟ ସଂଗଠନ ବ୍ୟାପାରରେ ଆଲୋଚନା କରିଛନ୍ତି। ପୂର୍ବ ଭାରତରେ ଗରିବ ଓ ଆଦିବାସୀ କଲ୍ୟାଣରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଶ୍ରୀ ସନ୍ତୋଷ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଦଳକୁ ଅଧିକ ସଶକ୍ତ ଏବଂ ଲୋକପ୍ରିୟ କରାଇପାରିବେ ବୋଲି ଶ୍ରୀ ସନ୍ତୋଷ ଆଶା ପ୍ରକାଶ କରିଥିଲେ। ବିଜେପିର ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗଙ୍କ ସହ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ରାଞ୍ଚିଠାରେ ଇଣ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶା ସମେତ ପୂର୍ବଭାରତର ରାଜନୀତି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ମାଝୀ ଆଲୋଚନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ