Monday, September 29, 2025
24.7 C
Odisha

    ପଟିଆ ଆରଟିଓ ଅଫିସ ଆଗରେ ଦୁର୍ଘଟଣା, ରାସ୍ତାରେ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ୍‌ ବସ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଘଟିଛି ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ୍‌ । ଧକ୍କାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଟ୍ରାକ୍ଟର ଡାଲା ଛିଟିକି ପଡ଼ି ଚୁରମାର ହୋଇଛି । ପଟିଆ ଆରଟିଓ-୨ କାର୍ଯ୍ୟାଳୟ ଆଗରେ ଏହି ଦୁର୍ଘଟଣା ଘଟିଛି ।

    ସୂଚନା ଅନୁସାରେ ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା । ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା । ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରଟି ଭାଙ୍ଗି ଯାଇଥିବା ବେଳେ ସ୍କୁଲ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି । ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ମୃତାହତ ହୋଇନାହାନ୍ତି। ଇନ୍ଫୋସିଟି ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଲ ବସ୍‌ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    92 %
    1.3kmh
    11 %
    Mon
    25 °
    Tue
    30 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ