Saturday, May 9, 2026
38.5 C
Odisha

    ପଟିଆ ଆରଟିଓ ଅଫିସ ଆଗରେ ଦୁର୍ଘଟଣା, ରାସ୍ତାରେ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ୍‌ ବସ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଘଟିଛି ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ୍‌ । ଧକ୍କାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଟ୍ରାକ୍ଟର ଡାଲା ଛିଟିକି ପଡ଼ି ଚୁରମାର ହୋଇଛି । ପଟିଆ ଆରଟିଓ-୨ କାର୍ଯ୍ୟାଳୟ ଆଗରେ ଏହି ଦୁର୍ଘଟଣା ଘଟିଛି ।

    ସୂଚନା ଅନୁସାରେ ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା । ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା । ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରଟି ଭାଙ୍ଗି ଯାଇଥିବା ବେଳେ ସ୍କୁଲ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି । ଏଥିରେ ଦୁଇଜଣ ଆହତ ହୋଇଥିବା ବେଳେ ମୃତାହତ ହୋଇନାହାନ୍ତି। ଇନ୍ଫୋସିଟି ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଲ ବସ୍‌ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ