Saturday, October 10, 2026
27.9 C
Odisha

    ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ସାନ୍ତାଳୀ ସମାଜର ଆଇକନ ତଥା ଯୋଗଜନ୍ମା ସାରସ୍ଵତ ସାଧକ, ସମାଜ ସଂସ୍କାରକ ତଥା ସାନ୍ତାଳୀ ଅଲଛିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପବିତ୍ର ୧୯୮୨ ମସିହା ମାଘ ସପ୍ତମୀରେ ଇହଧାମ ହୋଇଥିଲା। ମାଘ ମାସ ଅଷ୍ଟମୀରୁ ମାଘ ଚତୁର୍ଦ୍ଦଶୀ ତଥା ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଗୁରୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ସମାଜର ସଂସ୍କୃତି,ଭାଷା, ସାହିତ୍ୟ,ଭାଇଚାରା, ଭାତୃତ୍ବ ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥାନ୍ତି।ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଗ୍ରାମର କାପିବୁରୁ ପାହାଡ଼ ସନ୍ନିକଟ ଗୁରୁ ଗୋମେକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ନେପାଳ ପ୍ରଭୃତି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ନିଜ ସାନ୍ତାଳୀ ପାରମ୍ପାରିକ ବେଶଭୂଷା ପରିଧାନ କରି ଭୋଗ, ନୈବେଦ୍ୟ ନେଇ ଗୁରୁଙ୍କ ପୂଜାର୍ଚ୍ଚନା ସହ ଭୋଗରାଗ କରି ଆଶୀର୍ବାଦ ନେଇଥିଲେ। କିଛି ଶ୍ରଦ୍ଧାଳୁ ସମାଧୀ ପୀଠସ୍ଥ ଜଳାଶୟରେ ସ୍ନାନ କରି  ପଣ୍ଡିତ ରଘୁନାଥ ମୁର୍ମୁ ଧ୍ୟାନ ଓ ସାଧନା ପୀଠରେ ପୂଜାର୍ଚ୍ଚନା କରି ପରେ ସମାଧୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ।

    ଆଦିବାସୀଙ୍କ ପୁସ୍ତକ,ଗବେଷଣା ବହି, ମହାମନିଷଙ୍କ ପୁସ୍ତକ, ସେମାନଙ୍କ ବସ୍ତ୍ର, ସେମାନଙ୍କ ବାଦ୍ୟଯନ୍ତ୍ର ବିଭିନ୍ନ ଷ୍ଟଲ ଲାଗି ରହିଥିଲା  ସାନ୍ତାଳୀ ସମ୍ପରଦାୟର ପୁରୁଷ ଓ ମହିଳାମାନେ ସେମାନଙ୍କ ପାରମ୍ପରିକ ବେଶଭୂଷା,ବାଦ୍ୟଯନ୍ତ୍ର ଏବଂ ବହୁ ମୂଲ୍ୟବାନ ପୁସ୍ତକ କିଣିବା ପାଇଁ ଗହଳି ଲାଗିଥିଲା। ଏହି କାର୍ଯ୍ୟକ୍ରମକୁ ପାର୍ସି ସିଂ ଚାନ୍ଦ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହାସଲ ମାଡଓ୍ଵା କମିଟି ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ, ଦାଣ୍ଡବୋଷର ମିଳିତ ଆନୁକୂଲ୍ୟରେ ଏହି ଗୁରୁ ଦର୍ଶନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

    ଏହି ଭବ୍ୟ ସମାରୋହରେ ସମସ୍ତେ ନିଜର ଵଂଧୁଵାନ୍ଧଵ,ଜ୍ଞାତି ପରିଜନମାନଙ୍କୁ ପାଇଁ ବହୁତ ଆନନ୍ଦିତ ହୋଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ କମିଟିର ଅଧ୍ୟକ୍ଷ ଭୀମଓ୍ଵାର ମୁର୍ମୁ, ସଂପାଦକ ବିମଳ ମୁର୍ମୁ,କୋଷାଧ୍ୟକ୍ଷ ଦାସମାତ ହେମ୍ବ୍ରମ, କାର୍ଯ୍ୟକାରୀ ସଦସ୍ୟ ଶିବ ନାରାୟଣ ହେମ୍ବ୍ରମ, ଭାଗୀରଥି ମୁର୍ମୁ,ଶାଙ୍ଖ ହେମ୍ବ୍ରମ ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଏକ ସେଚ୍ଛାକୃତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ