Wednesday, October 28, 2026
22.1 C
Odisha

    ପତିତପାବନ ଵାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରୀକ୍ଷେତ୍ରରୁ ଝଡି,ବାତ୍ୟା,ବର୍ଷା ପବନ ଗାୟବ

    ଆଗକୁ ପଢନ୍ତୁ

    ପୁରୀ : ନୀଳଚକ୍ର ଉପରେ ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି  ।  ଶ୍ରୀକ୍ଷେତ୍ରରୁ ଝଡି,ବାତ୍ୟା,ବର୍ଷା ପବନ ଗାୟବ।  ବାତ୍ୟା ଅର୍ଣ୍ଣବ ପ୍ରଭାବରୁ ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି ।  ଆଜି ବର୍ଷା ଓ ପବନ ଲାଗି ରହିଥିବା ବେଳେ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି  ।  ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ଅସୁବିଧାରୁ ମୁକ୍ତ ମିଳିଥାଏ ।  ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କହିଛନ୍ତି । ଗତକାଲି ପ୍ରବଳ ପବନ ବହିଥିଲା  । ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା । ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଉଡୁଛି । ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଳାଯିବ । ଏହି ଶୂନ୍ୟ ଗଣ୍ଠିକୁ ଶୁଭ ସଂକେତ କୁହାଯାଏ  l ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଙ୍କେତ ବୋଲି ବରିଷ୍ଠ ଦଇତାପତି ସେବାୟତ କରିଛନ୍ତି  l

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.1 ° C
    22.1 °
    22.1 °
    98 %
    2.8kmh
    100 %
    Wed
    22 °
    Thu
    24 °
    Fri
    27 °
    Sat
    28 °
    Sun
    27 °

    ସମ୍ବନ୍ଧିତ