Wednesday, October 28, 2026
22.1 C
Odisha

    ପ୍ରକାଶ ପାଇଲା ମେଧା ବୃତ୍ତି ପରୀକ୍ଷା-୨୦୨୬ ର ଫଳାଫଳ

    ଆଗକୁ ପଢନ୍ତୁ

    କଟକ :  ଜାତୀୟ ଗ୍ରାମୀଣ ମେଧା ବୃତ୍ତି (NRTS) ପରୀକ୍ଷା-୨୦୨୬ର ଫଳାଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଚଳିତବର୍ଷ NRTS ପରୀକ୍ଷା ପାଇଁ ମୋଟ ୫୬ ହଜାର ୯୫୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ।

    ସେଥିମଧ୍ୟରୁ ୫୫ ହଜାର ୨୦୨ ଜଣ ପରୀକ୍ଷାରେ ଉପସ୍ଥିତ ରହିଥିବାବେଳେ ୧ ହଜାର ୭୫୫ ଜଣ ଅନୁପସ୍ଥିତ ରହିଥିଲେ ।ପରୀକ୍ଷାର ଫଳାଫଳ ବୋର୍ଡର ନିଜସ୍ୱ ୱେବସାଇଟ୍ www.bseodisha.ac.in⁠ ଏବଂ www.bseodisha.nic.in⁠ ରେ ଉପଲବ୍ଧ ହେଉଛି ।  ଛାତ୍ରଛାତ୍ରୀ ଏହି ୱେବସାଇଟ୍‌ ମାଧ୍ୟମରେ ନିଜର ଫଳାଫଳ ଜାଣିପାରିବେ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.1 ° C
    22.1 °
    22.1 °
    98 %
    2.8kmh
    100 %
    Wed
    22 °
    Thu
    24 °
    Fri
    27 °
    Sat
    28 °
    Sun
    27 °

    ସମ୍ବନ୍ଧିତ