Monday, September 28, 2026
29.4 C
Odisha

    ପତ୍ନୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା  ଓ ଦୌରା ଜଜ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା ସୋମବାର ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀଙ୍କର ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

    ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚାୟତର ସିନ୍ଧିଭଟ୍ଟା ଗ୍ରାମର ରତନ ନାୟକ।

    ସୂଚନା ଅନୁଯାୟୀ ଗତ ୨୦୧୯ ମସିହା ନଭେମ୍ବର ୯ ତାରିଖ ଦିନ ସନ୍ଧ୍ୟା ୭ଟା ବେଳେ ରତନ ନାୟକ ଏବଂ ତାଙ୍କ ପତ୍ନୀ ଗାଙ୍ଗେୟୀ ନାୟକ ଶ୍ବଶୁର ଘର ପାଣ୍ଡ୍ରିପାଣିସ୍ଥିତ କଳାହାଣ୍ଡି ସାହିର ଅଭିରାମ ହନ୍ତାଳଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ରାତ୍ରୀ ଭୋଜନ ସାଢେ ୯ଟା ବେଳେ କରିଥିଲେ। ଏହାପରେ ସେମାନେ ଦୁହେଁ  ତାଙ୍କ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ ଶୋଇବାକୁ ଗଲେ।

    ଶୋଇବା ସମୟରେ କୌଣସି ଏକ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ, ରତନ ଏକ ଟାଙ୍ଗିଆରେ ଗାଙ୍ଗେୟୀକୁ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ଗାଙ୍ଗେୟୀର ମୃତ୍ୟୁ ହୋଇଯାଇଥିଲା।  ଏନେଇ ଅଭିରାମ ହନ୍ତାଳ ରତନ ନାୟକଙ୍କ ପୁଅ ଘେନୁ ନାୟକଙ୍କୁ ତୁରନ୍ତ ଫୋନ ଯୋଗେ ସୂଚନା ଦେଇଥିଲେ।

    ପୁଅ ଘେନୁ ଘଟଣାସ୍ଥଳରେ ପହଞ୍ଚି ମା’ର ମୃତଦେହକୁ ଦେଖି ତୁରନ୍ତ ମାଲକାନଗିରି ଥାନାରେ ବାପାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ଭତ୍ତିକରି କେଶ ନମ୍ବର ୨୯୭/୧୦.୧୧.୨୦୧୯ରେ ଆପିସି ଧାରା ୩୦୨ରେ କେଶ ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ରତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଜରିମାନା ଅନାଦେୟ ହେଲେ ପୁଣି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ମହେନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ