Tuesday, May 19, 2026
34.5 C
Odisha

    ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି:  ସୋମବାର ଅପରାହ୍ନରେ ମଝି ଚିଲିକାରେ ଦୁଇଟି ପର୍ଯ୍ୟଟକ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଡଙ୍ଗାରେ ଥିବା ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅପରାହ୍ନରେ ସାତପଡାରୁ ଏକ ପର୍ଯ୍ୟଟକ ଡଙ୍ଗାରେ ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଚିଲିକା ବୁଲିବାକୁ ଯାଇଥିଲେ ।

    ପର୍ଯ୍ୟଟକ ଡଙ୍ଗାରେ ଚିଲିକା ବୁଲିବା ବେଳେ ପୂର୍ବରୁ ଚିଲିକାରେ ବୁଲୁଥିବା ଅନ୍ୟ ଏକ ପର୍ଯ୍ୟଟକ ଡଙ୍ଗା ସହିତ ସାମନା ପଟୁ ଧକ୍କା ହୋଇଥିଲା ।ପୂର୍ବରୁ ବୁଲୁଥିବା ପର୍ଯ୍ୟଟକ ଡଙ୍ଗାରେ ବସିଥିବା ୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇ ଜଣ ପର୍ଯ୍ୟଟକ ଡଙ୍ଗାରେ ପିଟି ହୋଇ ମୁଣ୍ଡ ଫାଟି ଯାଇଛି ।ଦୁଇଟି ଡଙ୍ଗାରେ ଥିବା ଅନ୍ୟ ୧୪ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବରେ କୂଳକୁ ଫେରିଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ସଦର ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । ତେବେ ଦୁଇଟି ଡଙ୍ଗାରେ ଥିବା ପର୍ଯ୍ୟଟକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡଙ୍ଗା ଚାଳକ ନିୟନ୍ତ୍ରଣ ହରାଇ ଅନ୍ୟ ଡଙ୍ଗାରେ ପିଟି ଦେଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.5 ° C
    34.5 °
    34.5 °
    30 %
    3kmh
    76 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ