Friday, October 3, 2025
24 C
Odisha

    ପବିତ୍ର ବିଜୟାଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରାବଣ ପୋଡ଼ି

    ଆଗକୁ ପଢନ୍ତୁ

    ପବିତ୍ର ବିଜୟାଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରାବଣ ପୋଡ଼ି । ପାରାଦ୍ଵୀପ ସାଗର କ୍ଲବ ପକ୍ଷରୁ ୩୪ ତମ ରାବଣ ପୋଡି ଉତ୍ସବ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ ଦେଶରେ ସତ୍ୟ, ଧର୍ମ, ନ୍ୟାୟ ଓ ଅହିଂସାର ପ୍ରତିଷ୍ଠା ପାଇଁ ଅଧର୍ମ, ଅନ୍ୟାୟ ଓ ଅନୀତିର ପ୍ରତିକ ରୂପୀ ରାବଣକୁ ପୋଡି ନଷ୍ଟ କରି ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହିତ ବିକଶିତ ପାରାଦ୍ଵୀପ ଓ ବିକଶିତ ଓଡିଶା ଗଠନ ପାଇଁ ଆହ୍ବାନ ଦିଆଯାଇଥିଲା । ସେହିପରି ନିଜ ନିଜ ଭିତରେ ଥିବା ହିଂସାକୁ ଦୂର କରି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହି ସମାଜର ମଙ୍ଗଳ ପାଇଁ ଏବଂ ପାରାଦୀପ ର ବିକାଶ ପାଇଁ ସମସ୍ତେ ଆଗକୁ ଆସି ଏକ ହୋଇ କାର୍ଯ୍ୟ କଲେ ବିକଶିତ ଓଡ଼ିଶା ଗଠନ ହୋଇ ପାରିବ । ରାବଣପୋଡ଼ି ଉତ୍ସବରେ କଳିଙ୍ଗ ବାଲିଯାତ୍ରା ପଡିଆରେ ବାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ ମାନ୍ୟବର ସାଂସଦ ଓ ଶିଳ୍ପମନ୍ତ୍ରୀ ।

    ସେହିପରି ଢେଙ୍କାନାଳ ମିନି ଷ୍ଟାଡିୟମ ପଡିଆରେ ପ୍ରୟାସ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରାବଣପୋଡି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଧର୍ମ ଉପରେ ଧର୍ମର ବିଜୟ ପ୍ରତିକ ରାବଣପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ପରିଶେଷରେ କ୍ରିଡ଼ା, କୃଷି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

    ସେହିପରି ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ମଠସାହିସ୍ଥିତ ମନୋରମା କ୍ଲବ ଓ ଖପରସାହି ସ୍ଥିତ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭରତ, ଶତ୍ଘ୍ନ୍ରୁ ଓ ହନୁମାନ ବେଶରେ କୁନି କୁନି ପିଲାମାନେ ନଗର ପରିକ୍ରମା କରିବା ପରେ ବାଜା ଓ ରୋଷଣୀର ତାଳେ ତାଳେ ରାବଣ ପୋଡି ସ୍ଥଳରେ ପହଞ୍ଚିଥିଲେ । ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ପରେ ଶ୍ରୀରାମଙ୍କ ବାଣରେ ରାବଣର କୁଶ ପୁତଳିକାର ଅଗ୍ନି ସଂଯୋଗ ସହ ରାବଣ ଦହନ ସମ୍ପନ୍ନ ହୋଇଥିଲା । ସେହିପରି ରିଆମାଲ ବ୍ଲକ ରିଆମାଳ ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    88 %
    1.1kmh
    100 %
    Fri
    24 °
    Sat
    30 °
    Sun
    29 °
    Mon
    30 °
    Tue
    29 °

    ସମ୍ବନ୍ଧିତ