Tuesday, May 26, 2026
28.8 C
Odisha

    ଭସାଣିରେ ମଦ ବିକ୍ରି ଉପରେ କଟକଣା, ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ ନିଷ୍ପତ୍ତି ନିଆଯାଇଛି ।

    ଅନ୍ୟପଟେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ