Saturday, February 1, 2025
34.2 C
Odisha

    ପରଟାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ, ଗୋଲ ଗୋଲ ଆଖିକୁ ଦେଖି ଭାବବିହ୍ୱଳ ହେଲେ ଭକ୍ତ

    ଆଗକୁ ପଢନ୍ତୁ

    ଜଳେଶ୍ୱର: ଜଗତର ନାଥ ଜଗନ୍ନାଥ । ଆଉ ଯିଏ କି ଭାବର ଡୋରିରେ ଭକତଙ୍କ ସହ ବନ୍ଧା । କାଇଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ତାଙ୍କର ସେହି ମଦନ ମୋହନ ଚକା ନୟନକୁ ଦେଖିବା ପାଇଁ । ଆଉ ଯିଏ ଥରେ ସେହି ଚକା ନୟନକୁ ଦେଖେ ନିଜର ଆଖି ଫେରେଇ ପାରେ ନାହିଁ । କେତେବେଳେ ନିଜ ଭକ୍ତଙ୍କୁ କେଉଁ ରୂପରେ କେଉଁଠି ଦର୍ଶନ ଦେବେ ସେ କଥା କେବଳ ତାଙ୍କୁ ହିଁ ଜଣା ।କେତେବେଳେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମାନବୀୟ ଲୀଳା ସାରି ରଥ ଉପରେ ବିରାଜମାନ କରି ଭକତଙ୍କୁ ଦର୍ଶନ ଦିଅନ୍ତି ତ ଆଉ କେତେବେଳେ କେଉଁ ରୂପରେ ଦର୍ଶନ ଦେବେ ସେ କଥା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ନିଜ ଭକ୍ତର ଭାବରେ ବିଭୋର ହୋଇ କେଉଁ ନା କେଉଁ ରୂପରେ ଭକତଙ୍କ ପାଖକୁ ଧାଇଁ ଆସନ୍ତି ଦର୍ଶନ ଦେବା ପାଇଁ ।

    ଯଦି ଭକ୍ତର ଭକ୍ତିରେ ଶକ୍ତି ଥାଏ ଆଉ ପବିତ୍ରତା ଥାଏ ତେବେ ଭକ୍ତ ପାଖକୁ ଭଗବାନ ବି ଧାଇଁ ଆସନ୍ତି । ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ଜଣେ ଭକ୍ତଙ୍କ ଘରେ । ନିଜ ଭକ୍ତର ଭକ୍ତିକୁ ବୁଝି ଭକ୍ତର ଘରେ ଦର୍ଶନ ଦେଇଛନ୍ତି ସେହି ଚତୁର୍ଦ୍ଧାମୂର୍ତ୍ତି । ଆଉ ନିଜର ଭକ୍ତର ଇଚ୍ଛାକୁ ପୂରଣ କରିଛନ୍ତି ସେହି ଭାବ ବିନୋଦିଆ କଳା ଠାକୁର । ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥ ଦର୍ଶନ କରିପାରୁ ନଥିବା ଭକ୍ତର ମନ କଥା ବୁଝି ପାରି ଶେଷରେ ପରଟାରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

    ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଘଟିଛି ଏଭଳି ଏକ ଅଲୌକିକ ଘଟଣା । ପରଟା ରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣା ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଗ୍ରାମର ଲିଜାରାଣୀ ପଣ୍ତା ଆଜି ସକାଳେ ରୋଷେଇ ଘରେ ଜଳଖିଆ ପାଇଁ ପରଟା ବନାଉଥିବାବେଳେ ପରଟାରେ ଜଗନ୍ନାଥଙ୍କ ଦୂର୍ଲଭ ବେଶ ଆବିର୍ଭାବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇଯାଇଥିଲେ ।

    ପ୍ରଥମେ ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ସମସ୍ତେ ଖୁସି ହୋଇ ଯାଇଥିଲେ । ଲିଜାରାଣୀଙ୍କ ବହୁତ ଇଚ୍ଛା ଥିଲା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ । ମାତ୍ର କାଳିଆର ଡୋରି ଲାଗନଥିବାରୁ ସେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ପାରୁନଥିଲେ । ମାତ୍ର ତାଙ୍କର ଇଚ୍ଛା ପୂରଣ କରିଛନ୍ତି ସେହି ଭାବ ବିନୋଦିଆ କଳା ଠାକୁର । ପରଟା ରେ ବିରାଜମାନ ହୋଇ ଦର୍ଶନ ଦେଇଛନ୍ତି । ପରଟା କୁ ନେଇ ଠାକୁର ଘରେ ଫୁଲ, ଚନ୍ଦନ, ଧୂପ ଓ ଦ୍ୱୟ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯିବା ପରେ ଜୟ ଜଗନ୍ନାଥ ଧ୍ଵନୀ ରେ କମ୍ପି ଉଠିଥିଲା ପରିବେଶ । ସାହି ପଡିଶା ଏବଂ ଶ୍ରଦ୍ଧାଳୁ ମାନେ ଲିଜାରାଣୀଙ୍କ ଘରକୁ ଯାଇ ପରଟାରେ ବିରାଜମାନ ହୋଇଥିବା ମହାପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରୁଛନ୍ତି ।

    ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । କଥାରେ ଅଛି ବିଶ୍ୱାସରେ ଭଗବାନ । ଯେଉଁଠି ବିଶ୍ୱାସ ରହିଛି ସେଠି ଭଗବାନ ଅଛନ୍ତି । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖାଯାଆନ୍ତି । ସେହିଭଳି ଏହି ପରିବାରରେ ପରଟାରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.2 ° C
    34.2 °
    34.2 °
    22 %
    3.8kmh
    4 %
    Sat
    34 °
    Sun
    35 °
    Mon
    35 °
    Tue
    35 °
    Wed
    36 °

    ସମ୍ବନ୍ଧିତ