Saturday, April 11, 2026
27.5 C
Odisha

    ପରଲୋକରେ ବଲିଉଡ ଅଭିନେତା ସତୀଶ ଶାହ

    ଆଗକୁ ପଢନ୍ତୁ

    ମୁମ୍ବାଇ : ପରଲୋକରେ ଲୋକପ୍ରିୟ ବଲିଉଡ ଅଭିନେତା ସତୀଶ ଶାହ। ଅଭିନେତାଙ୍କର କିଡନୀ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା। ଆଜି ତାଙ୍କର ୭୪ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଭିନେତାଙ୍କ ବନ୍ଧୁ ଅଶୋକ ପଣ୍ଡିତ ଏହି ଖବରକୁ ନିଶ୍ଚିତ କରିଛନ୍ତି।

    ସୂଚନା ମୁତାବକ, ‘Sarabhai vs Sarabhai’, ‘Jaane Bhi Do Yaaro’, and ‘Main Hoon Na’ରେ ତାଙ୍କ ଭୂମିକା ପାଇଁ ଲୋକପ୍ରିୟ ସତୀଶଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। କିଛି ବର୍ଷ ହେବ ସେ ଏହି ସମସ୍ୟା ସହ ଲଢ଼ୁଥିବା ବେଳେ କିଛି ଦିନ ତଳେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ଏହା ସତ୍ତ୍ବେ ବି ତାଙ୍କୁ ବଞ୍ଚାଯାଇପାରିନଥିଲା। ମୃତ୍ୟୁ ପରେ ଏବେ ତାଙ୍କ ଶରୀର ହସ୍ପିଟାଲରେ ରହିଛି। ରବିବାର ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରଖିଛନ୍ତି ପରିବାର।

    ଚାରି ଦଶନ୍ଧିର କ୍ୟାରିଅରରେ ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର ସ୍ମରଣୀୟ ଭୂମିକା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ୧୯୮୩ ମସିହାରେ Dark Comedy ଚଳଚ୍ଚିତ୍ର ‘Jaane Bhi Do Yaaro’ରେ ସେ ଏକାଧିକ ଚରିତ୍ରକୁ ଖୁବ୍ ନିଖୁଣ ଭାବେ ଚିତ୍ରଣ କରିଥିଲେ। ଏହି ଫିଲ୍ମ ପରେ ସେ ‘ହମ୍ ସାଥ୍-ସାଥ୍ ହେଁ’, ‘ମେଁ ହୁଁ ନା’, ‘କଲ୍ ହୋ ନା ହୋ’, ‘କବି ହାଁ କାବି ନା’, ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’, ‘ଓମ୍ ଶାନ୍ତି ଓମ୍’ ଭଳି ଲୋକପ୍ରିୟ ଫିଲ୍ମରେ ନଜର ଆସିଥିଲେ।

    ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ିବା ପରେ, ସତୀଶ ଶାହ ଟେଲିଭିଜନ ଜଗତରେ ମଧ୍ୟ ଅନେକ ସଫଳତା ହାସଲ କରିଥିଲେ। ସେ ‘Sarabhai vs Sarabhai’, ‘Nahle Pe Dahala’ ଏବଂ ‘ଫିଲ୍ମି ଚକ୍କର’ ଭଳି ଧାରାବାହିକରେ ଅଭିନୟ କରିଥିଲେ। ଧାରାବାହିକ ‘Yeh Jo Hai Zindagi’ରେ ସେ ଉଲ୍ଲେଖନୀୟ କାମ କରିଥିଲେ। ଏହି ଗୋଟିଏ ଧାରାବାହିକରେ, ସେ ୫୦ଟି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ଏବଂ ପ୍ରତିଟି ଚରିତ୍ର ସ୍ମରଣୀୟ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ