Wednesday, April 1, 2026
25.1 C
Odisha

    ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ

    ଆଗକୁ ପଢନ୍ତୁ

    ଆଜି ଭୋର ୪ ଟା ବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି ବୋଲି ପୁତ୍ର ଅଭିଜିତ ଦାସ ସୂଚନା ଦେଇଛନ୍ତି।। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି।

    ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଏମଏ ଏଲଏଲବି  ପାସ୍ କରିବା ପରେ ସରକାରୀ ଚାକିରୀ ପାଇଥିଲେ। ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ଥିଲେ। ପରେ ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୨୦୦୪ ନିର୍ବାଚନରେ ସେ ବିଜେଡି ଟିକଟରୁ ଲଢି ଭୋଗରାଇର ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୪ ରୁ ୨୦୧୯ ଯାଏଁ କ୍ରମାଗତ ଭାବେ ସେ ୪/୪ ଟି ନିର୍ବାଚନରେ ଭୋଗରାଇରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଶିଳ୍ପମନ୍ତ୍ରୀ,ଉଚ୍ଚ ଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଭୋଗରାଇର ସାମଗ୍ରିକ ବିକାଶରେ ତାଙ୍କର ଯୋଗଦାନ ଅତୁଳନୀୟ।

    ୨୦୦୬ରେ ସେ ତାଳସାରି ସମୁଦ୍ର ମହୋତ୍ସବ ଆୟୋଜନ ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁରେ ପତ୍ନୀ ବାସନ୍ତୀ ଦାସ,ପୁତ୍ର ବିଶ୍ବଜିତ,ଅଭିଜିତ,ଶୁକଦେବ,ପୁତ୍ରବଧୂ ବିଜୟଶ୍ରୀ, ମଧୁସ୍ମିତା,ରଶ୍ମିତା,ନାତି ଚନ୍ଦ୍ରକାନ୍ତ ଓ ନାତୁଣୀ ଆଦ୍ୟା ପ୍ରମୁଖ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେହିପରି ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟିକା ସୁବାସିନୀ ଜେନା, ପ୍ରାକ୍ତନ ବିଧାୟିକା ଉମାରାଣୀ ପାତ୍ର, ପ୍ରାକ୍ତନ ବିଧାୟକ ସୁଶାନ୍ତ କୁମାର ଚାନ୍ଦ,କଂଗ୍ରେସ ନେତା ସତ୍ୟଶିବ ଦାସ, ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି,ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା,ବରିଷ୍ଠ ନେତା ଯୋଗେନ୍ଦ୍ର ପାଳ,ହେମନ୍ତ ବେହେରା,ଜଳେଶ୍ୱର ଓକିଲ ସଂଘର ପ୍ରାକ୍ତନ ସଭାପତି ଅନିଲ କୁମାର ପରିଡା,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ରବିନ୍ଦ୍ର ନାଥ ପ୍ରଧାନ,କଖଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଆଶିଷ ଦାସ, ବିଜେପି ନେତା ଆଶିଷ ପାତ୍ର,ସଞ୍ଜୀବ ସାହୁ,ଅଂଶୁମାନ ମହାନ୍ତି,କଂଗ୍ରେସ ନେତା ଷଡାନନ ଜେନା,ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ,ଆଇନଜୀବୀ ସପନ ପାତ୍ର ଓ ବିଜେଡି ବ୍ଲକ ସଭାପତି ରମାକାନ୍ତ କରଣ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ