Monday, August 3, 2026
25.8 C
Odisha

    ପରସ୍ପରକୁ ଅନଫଲୋ କଲେ ମୌନି ରୟ ଏବଂ ସୁରଜ, ଡିଲିଟ୍ କଲେ ବାହାଘର ଫଟୋ

    ଆଗକୁ ପଢନ୍ତୁ

    ଗ୍ଲାମର ଦୁନିଆରେ ସଂପର୍କ କେତେ ଜଲଦି ହୁଏ ଆଉ କେତେ ଜଲଦି ଭାଙ୍ଗିଯାଏ, ତାହା ସମସ୍ତଙ୍କୁ ଜଣା । ଏବେ ବଲିଉଡର ଆଉ ଏକ ଜଣାଶୁଣା ଦମ୍ପତିଙ୍କ ବିବାହ ଭାଙ୍ଗିବା ଚର୍ଚ୍ଚାରେ ରହିଛି । ବଲିଉଡ ତଥା ଟିଭି ଅଭିନେତ୍ରୀ ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି । ଯେଉଁଥି ପାଇଁ ଫ୍ୟାନ୍ସ ସେମାନଙ୍କ ଛାଡପତ୍ର ନେଇ ଆକଳନ କରୁଛନ୍ତି ।

    ଖବର ମୁତାବକ, ମୌନି ଏବଂ ସୂରଜ ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି । ସେମାନଙ୍କ ବାହାଘରର ଫଟୋ ଡିଲିଟ୍ କରିଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଛାଡପତ୍ର କଥା ଚର୍ଚ୍ଚା କରୁଛନ୍ତି । ଦୁହେଁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଭାବେ କୌଣସି କଥା କହିନାହାନ୍ତି । ହେଲେ ଦମ୍ପତି ଦୁହେଁ ସୋସିଆଲ ମିଡିଆରେ ଫଟୋ ଡିଲିଟ୍ କରିବା ପରେ ଫ୍ୟାନ୍ସ ଆକଳନ କରୁଛନ୍ତି ।

    ମୌନି ରୟ ସବୁବେଳେ ତାଙ୍କ ସ୍ୱାମୀ ସୂରଜଙ୍କ ସହ ଛୁଟି କାଟିବାର ଫଟୋ ସେୟାର କରନ୍ତି । କିନ୍ତୁ ଏବେ ଆଉ ସେୟାର କରୁନାହାନ୍ତି । ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରି ଦେଇଛନ୍ତି । ମୌନି ରୟ ଏବଂ ସୂରଜ ୨୦୨୨ରେ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହେବା ନେଇ ଚର୍ଚ୍ଚା ଚାଲିଛି ।

    ମୌନି ରୟ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ । ସୁରଜ ଜଣେ ବ୍ୟବସାୟୀ । ଦୁହେଁ ଦୀର୍ଘଦିନ ଧରି ଡେଟିଂ କରିବା ପରେ ୨୦୨୨ରେ ଗୋଆରେ ବିବାହ କରିଥିଲେ । ପ୍ରଥମେ ମଲୟାଲୀ ରୀତିନୀତି ଅନୁଯାୟୀ ବିବାହ କରିବା ପରେ ବଙ୍ଗାଳୀ ପରମ୍ପରାରେ ବିବାହ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.8 ° C
    25.8 °
    25.8 °
    90 %
    1.4kmh
    100 %
    Sun
    26 °
    Mon
    31 °
    Tue
    31 °
    Wed
    30 °
    Thu
    27 °

    ସମ୍ବନ୍ଧିତ