Saturday, February 21, 2026
19.7 C
Odisha

    ପରୀକ୍ଷା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପେନ୍‍ ବଣ୍ଟନ କଲେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା CHSE ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା । ଏଥର କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସସେସ‍ (କିସ୍‍)ରୁ ପ୍ରାୟ ୧୯୦୦ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେବେ । କିସ୍‍ରୁ ସର୍ବାଧିକ ୧୦୦୦ ଛାତ୍ରୀ ଓ ୯୦୦ ଛାତ୍ର ଚଳିତବର୍ଷ ପରୀକ୍ଷା ଦେବେ। ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ୱର ରାଜଧାନୀ କଲେଜରେ ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।

    ପ୍ରତିବର୍ଷ ଭଳି ଚଳିତ ବର୍ଷ +୨ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପେନ୍‍ ବଣ୍ଟନ କରିଛନ୍ତି । ଏହାସହ କିଭଳି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ ଡ. ସାମନ୍ତ।

    ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ନିଷ୍ଠା ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଚଳିତ ବର୍ଷ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ ବୋଲି ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି। କିସ୍‍ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ବର୍ଷ +୨ ପରୀକ୍ଷାରେ କିସ୍‍ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ କିସ୍‍ ପକ୍ଷରୁ ବ୍ୟାପକ ବସ୍‍ ବନ୍ଦୋବସ୍ତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.7 ° C
    19.7 °
    19.7 °
    34 %
    2kmh
    0 %
    Fri
    20 °
    Sat
    35 °
    Sun
    35 °
    Mon
    36 °
    Tue
    35 °

    ସମ୍ବନ୍ଧିତ