Thursday, September 10, 2026
27.3 C
Odisha

    ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କୁ ସୁପ୍ରିମ୍ କୋର୍ଟଙ୍କ ତାଗିଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ୍ କୋର୍ଟ ପ୍ରେମ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ୍ ଆବେଦନ ଶୁଣାଣି କରି କଠୋର ମତାମତ ଦେଇଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୁୟାଁଙ୍କୁ ନେଇ ଗଠିତ ବେଞ୍ଚ ଜଣେ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି କରିଥିଲେ। ଅଭିଯୋଗ ଅନୁସାରେ, ସେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସେତେବେଳେ ସେ ପୂର୍ବରୁ ବିବାହିତ ଥିଲେ ଏବଂ ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ।

    ଶୁଣାଣି ସମୟରେ ଜଷ୍ଟିସ୍ ନାଗରତ୍ନା କହିଥିଲେ ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ବି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ହୋଇପାରେ ଆମେ ପୁରୁଣା ଧାରଣାର, କିନ୍ତୁ ବିବାହ ପୂର୍ବରୁ ପୁଅ  ଝିଅ ଅଜଣା ହୋଇଥାନ୍ତି। ସେମାନଙ୍କ ସମ୍ପର୍କ କେତେ ଗଭୀର ନଥାଏ । ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କରେ ରହିପାରନ୍ତି ଆମେ ବୁଝି ପାରୁନାହୁଁ…” ବୋଲି ବେଞ୍ଚ କହିଛନ୍ତି ।

    ସେଥିଲାଗି ବେଞ୍ଚ ପରାମର୍ଶ ଦେଇଛନ୍ତି କି ଆପଣମାନେ ଖୁବ ସତର୍କ ରହିବା ଦରକାର। ବିବାହ ପୂର୍ବରୁ କାହାକୁ ଅନ୍ଧ ଭାବେ ବିଶ୍ୱାସ କରିବା ଉଚିତ୍ ନୁହେଁ। ସୂଚନା ଅନୁସାରେ ଅଭିଯୋଗକାରିଣୀ ମହିଳା ଓ ଅଭିଯୁକ୍ତ ପୁରୁଷ ୨୦୨୨ରେ ଏକ ବିବାହ ସେବା ୱେବସାଇଟ୍ ମାଧ୍ୟମରେ ପରିଚିତ ହୋଇ ଥିଲେ। ଆଉ ପୁରୁଷ ଜଣକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯାହା ଦୁବାଇ ପର୍ଯ୍ୟନ୍ତ ଲମ୍ବି ଥିଲା । ତେବେ ଅଭିଯୋଗ ପକ୍ଷ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କ ଶାରୀରିକ ସମ୍ପର୍କର ଭିଡିଓ ମହିଳାଙ୍କ ଅନୁମତି ବିନା ରେକର୍ଡ କରାଯାଇଥିଲା । ସେଗୁଡ଼ିକୁ ବାହାରେ ଛାଡ଼ି ଦେବାକୁ ଧମକ ଦିଆ ଯାଇଥିଲା।

    ତେବେ ଏକଥା ମଧ୍ୟ ସତ କି ମହିଳା ଜଣକ ଜାଣିଥିଲେ ଯେ ପୁରୁଷଟିଏ ପୂର୍ବରୁ ବିବାହିତ ଥିଲେ । ପୁଣି ଜାନୁଆରୀ ୨୦୨୪ରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଜଷ୍ଟିସ୍ ନାଗରତ୍ନା ପଚାରି ଥିଲେ ଯେ ବିବାହ ପୂର୍ବରୁ ସେ କାହିଁକି ଦୁବାଇକୁ ଗଲେ। ଏହାର ଉତ୍ତରରେ ସରକାରୀ ଓକିଲ କହିଥିଲେ ଯେ ଦୁଇଜଣ ବିବାହ ସାଇଟ୍‌ରେ ପରିଚିତ ହୋଇ ବାହା ହେବାକୁ ଯୋଜନା କରୁଥିଲେ। ଜଷ୍ଟିସ୍ ପୁଣି କହିଥିଲେ, ଯଦି ମହିଳା ବାହା ହେବାକୁ ଇଚ୍ଛା କରିଥିଲେ ତେବେ ବିବାହ ପୂର୍ବରୁ ଦୁବାଇ ଯିବା ଉଚିତ୍ ନଥିଲା। ଆମେ ସେମାନଙ୍କୁ ମଧ୍ୟସ୍ଥତା ପାଇଁ ପଠାଇବୁ। ଯେଉଁଠାରେ ସହମତିରେ ସମ୍ପର୍କ ଗଢ଼ି ଉଠିଛି, ସେଥିରେ ସେମାନଙ୍କ ବିରୋଧରେ  ଅପରାଧ ମାମଲା ଚାଲାଇ ଦଣ୍ଡିତ କରିବା ଉଚିତ ନୁହେଁ ବୋଲି ବେଞ୍ଚ କହିଛନ୍ତି । ବୁଧବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ