ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିବା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଟିଏମସିକୁ ହରାଇ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ପଶ୍ଚିମବଙ୍ଗରେ ପଦ୍ମ ଫୁଟିଛି । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁବେଳେ ମନେ ରହିବ । ଏହା ଜନଶକ୍ତିର ବିଜୟ ଏବଂ ବିଜେପିର ସୁଶାସନ ରାଜନୀତି ସଫଳ ହୋଇଛି । ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ନତମସ୍ତକ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଜନତା ବିଜେପିକୁ ଭବ୍ୟ ବିଜୟ ଦେଇଛନ୍ତି ଏବଂ ମୁଁ ସେମାନଙ୍କୁ ବିଶ୍ୱାସ ଦେଉଛି ଯେ ଆମ ଦଳ ପଶ୍ଚିମବଙ୍ଗବାସୀଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରିବ । ଆମେ ଏପରି ଏକ ସରକାର ଦେବୁ ଯାହା ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ସୁଯୋଗ ଏବଂ ସମ୍ମାନ ସୁନିଶ୍ଚିତ କରିବ ।”
