Friday, October 2, 2026
29.9 C
Odisha

    ଶେଷ ହେଲା ଦିଦିଙ୍କ ସାମ୍ରାଜ୍ୟ, ପ୍ରଥମଥର ସରକାର କରିବ ବିଜେପି

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ ରାଜନୀତିରେ ଆଜି ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ଦୀର୍ଘ ୧୫ ବର୍ଷର ଏକଚାଟିଆ ଶାସନ ପରେ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ଦୁର୍ଗ ଏବେ ଭୁଶୁଡ଼ିଯାଇଛି । ଭୋଟ ଗଣତିର ପ୍ରାରମ୍ଭିକ ଧାରା ଏବଂ ବର୍ତ୍ତମାନର ସ୍ଥିତିରୁ ଏହା ସ୍ପଷ୍ଟ ହେଉଛି ଯେ, ବଙ୍ଗ ମାଟିରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିବାକୁ ଯାଉଛି । ବିଜେପି ବହୁମତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ବଙ୍ଗଳାରେ ଏକ ନୂଆ ରାଜନୈତିକ ଯୁଗର ଆରମ୍ଭ ହେବାକୁ ଯାଉଛି । ୨୦୧୧ ମସିହାରେ ୩୪ ବର୍ଷର ବାମପନ୍ଥୀ ଶାସନର ଅନ୍ତ ଘଟାଇ ମମତା ବାନାର୍ଜୀ ଯେଉଁ ଇତିହାସ ରଚିଥିଲେ, ଆଜି ସେହି ଇତିହାସର ପୁନରାବୃତ୍ତି ହେଉଛି, କିନ୍ତୁ ଏକ ଭିନ୍ନ ରୂପରେ । ୨୦୧୧ରୁ ୨୦୨୬ – ଏହି ଦଶନ୍ଧି ବ୍ୟାପୀ ଶାସନ କାଳ ମଧ୍ୟରେ ମମତା ବାନାର୍ଜୀ ନିଜକୁ ବଙ୍ଗଳାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତ୍ରୀ ଭାବେ ଗଢ଼ି ତୋଳିଥିଲେ । ମାତ୍ର ଚଳିତ ନିର୍ବାଚନର ଫଳାଫଳ ଦର୍ଶାଉଛି ଯେ, ଜନତା ଏବେ ‘ପରିବର୍ତ୍ତନ’ ଚାହୁଛନ୍ତି।

    ବିଜେପି ପାଇଁ ଏହା ଏକ ଐତିହାସିକ ସଫଳତା । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ବଙ୍ଗଳାରେ ବିଜେପିର ସ୍ଥିତି ଅତି ସାମାନ୍ୟ ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସଠିକ୍ ରଣନୀତି, କଠିନ ପରିଶ୍ରମ ଏବଂ ‘ସୋନାର ବାଙ୍ଗଲା’ ଗଢ଼ିବାର ସ୍ୱପ୍ନ ଲୋକଙ୍କୁ ପ୍ରଭାବିତ କରିଛି । ବିଜେପି ଦେଇଥିବା ‘ପରିବର୍ତ୍ତନ’ର ସ୍ଲୋଗାନ ଏଥର କାମ କରିଥିବା ପରି ମନେହେଉଛି । ବିଶେଷ କରି ଗ୍ରାମାଞ୍ଚଳରେ ବିଜେପିର ଦୃଢ଼ ପ୍ରଦର୍ଶନ ମମତାଙ୍କ ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି ।

    ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଶାସକ ଦଳର କର୍ମକର୍ତ୍ତାଙ୍କ ମନମୁଖୀ ଶାସନ, ଭ୍ରଷ୍ଟାଚାର ଏବଂ ତୃଣମୂଳ ସ୍ତରରେ ଥିବା ଅସନ୍ତୋଷ ମମତାଙ୍କ ପରାଜୟର ମୁଖ୍ୟ କାରଣ । ଅନ୍ୟପଟେ, କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଏବଂ ବିକାଶର ନୂଆ ଆଶା ଲୋକଙ୍କୁ ବିଜେପି ଆଡ଼କୁ ଟାଣି ଆଣିଛି । ମମତା ବାନାର୍ଜୀ ନିଜକୁ ‘ବଙ୍ଗଳାର ଝିଅ’ କହି ଆବେଗିକ କାର୍ଡ ଖେଳିଥିଲେ ମଧ୍ୟ, ଭୋଟରମାନେ ସ୍ଥିରତା ଏବଂ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି ଫଳାଫଳ କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ, ବରଂ ସମଗ୍ର ଦେଶର ରାଜନୀତି ପାଇଁ ଏକ ବଡ଼ ସଂକେତ । ଯେଉଁ ରାଜ୍ୟରେ ବିଜେପିକୁ ଏକ ‘ବାହାର ଦଳ’ ବୋଲି କୁହାଯାଉଥିଲା, ସେଠାରେ ସରକାର ଗଢ଼ିବା ଏକ ବଡ଼ ସଫଳତା । ମମତା ବାନାର୍ଜୀଙ୍କ ଦଶନ୍ଧିର ସାମ୍ରାଜ୍ୟ ଏବେ ପତନ ହେବାକୁ ଯାଉଥିବା ବେଳେ, ବଙ୍ଗଳାର ଜନତା ଏକ ନୂଆ ଭବିଷ୍ୟତ ଆଶାରେ ବିଜେପିକୁ ଆଶୀର୍ବାଦ କରିଛନ୍ତି। ଆଗାମୀ ଦିନରେ ବଙ୍ଗଳାର ଶାସନ ଗାଦିରେ କିଏ ବସିବେ ଏବଂ କିଭଳି ନୂଆ ନୀତି ନିୟମ ଆସିବ, ତାହା ଉପରେ ଏବେ ସମଗ୍ର ଦେଶର ନଜର ରହିଛି। ପଶ୍ଚିମବଙ୍ଗର ଏହି ଐତିହାସିକ ପରିବର୍ତ୍ତନ ଭାରତୀୟ ରାଜନୀତିର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ