Tuesday, January 27, 2026
29.4 C
Odisha

    ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ । କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

    କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମିଶି ସଂକ୍ରମଣ ରୋକିବାକୁ ଚେଷ୍ଟା କରୁଛନ୍ତି । ପ୍ରାୟ ୨ଶହ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଉପରେ ନଜର ରଖାଯାଇଛି । ତେବେ କଣ ଏହି ନିପା ଭାଇରସ ? କଣ ଏହାର ଲକ୍ଷଣ ? ନିପା ଭାଇରସ୍ ଏକ ବିପଜ୍ଜନକ ଭାଇରସ୍ ଯାହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ଏଥିରେ ମୃତ୍ୟୁ ହେବାର ଆଶଙ୍କା ୪୦% ରୁ ୭୫% ପର୍ଯ୍ୟନ୍ତ ରହିଥାଏ ।

    ଏହାର କୌଣସି ନିର୍ଦ୍ଦିଷ୍ଟ ଟିକା ବା ଔଷଧ ଏପର୍ଯ୍ୟନ୍ତ ବାହାରି ନଥିବାରୁ ଆକ୍ରାନ୍ତଙ୍କ ପାଇଁ ବିପଜ୍ଜନକ । ଭାଇରସ୍ ସଂସ୍ପର୍ଶରେ ଆସିବାର ୪ ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଦିଏ । ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଏବଂ ଗଳା କୁଣ୍ଡେଇ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଯାଏ । ପରେ ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା, ମାନସିକ ସନ୍ତୁଳନ ହରାଇବା ଏବଂ ବ୍ରେନ୍ ଇନଫେକ୍ସନ ହୋଇ ରୋଗୀ କୋମାକୁ ଚାଲିଯିବାର ଡର ଥାଏ ।

    ତେବେ ନିପା ଭାଇରସର କୌଣସି ସ୍ୱତନ୍ତ୍ର ଔଷଧ ନଥିବାରୁ, ଡାକ୍ତରଖାନାରେ ରୋଗୀଙ୍କର ଅବସ୍ଥା ଦେଖି ଚିକିତ୍ସା କରାଯାଏ । ଜ୍ୱର ଓ ଯନ୍ତ୍ରଣା କମାଇବା ପାଇଁ ଔଷଧ ଦେବା, ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଆଦି ଦିଗକୁ ଚିକିତ୍ସାରେ ଫୋକସ କରାଯାଏ । ବାଦୁଡ଼ି ଖାଇଥିବା ବା ଚାଟିଥିବା ଖଜୁରୀ ରସରୁ ଏହା ବ୍ୟାପିବାର ସବୁଠାରୁ ଅଧିକ ଭୟ ଥାଏ।

    ଫଳ ଧୋଇକରି ଖାଇବା ସହ ଗଛରୁ ପଡ଼ିଥିବା ବା ପକ୍ଷୀ ଖାଇଥିବା ଫଳ ନଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ନିପା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବାକୁ ନିଜକୁ ସଫା ସୁତୁରା ରଖିବା ସହ ସାବୁନରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଯଦି ଜ୍ୱର କିମ୍ବା ଶ୍ୱାସକଷ୍ଟ ପରି ଲକ୍ଷଣ ଦେଖାଯାଏ, ତେବେ ନିଜେ ଔଷଧ ନଖାଇ ତୁରନ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଇଛି । ଏବେ ନିପା ଭାଇରସ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଅଛି । ତେବେ ସଂକ୍ରମଣ ରୋକିବାକୁ ସରକାରୀ ନିୟମ ମାନନ୍ତୁ ଏବଂ ଗୁଜବରୁ ଦୂରେଇ ରହିବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    27 %
    1.9kmh
    0 %
    Tue
    31 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ