Friday, October 2, 2026
30.6 C
Odisha

    ପାକିସ୍ତାନରେ ଟମାଟୋ କିଲୋ ୭୦୦ ଟଙ୍କା, ଆଫଗାନିସ୍ତାନ ସହିତ ବାଣିଜ୍ୟ ବାଧା ଯୋଗୁଁ ଏଭଳି ସ୍ଥିତି

    ଆଗକୁ ପଢନ୍ତୁ

    ପାକିସ୍ତାନ : ଦେବାଳିଆ ପାକିସ୍ତାନ ବର୍ତ୍ତମାନ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନରେ ଟମାଟୋ ମୂଲ୍ୟ ନୂଆ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ଲାହୋର ଏବଂ କରାଚୀ ସମେତ ଅଧିକାଂଶ ପ୍ରମୁଖ ସହରରେ ଟମାଟୋ ଏବେ କିଲୋଗ୍ରାମ ପିଛା ୭୦୦ରେ ରେକର୍ଡ ସର୍ବାଧିକ ବିକ୍ରି ହେଉଛି । କିଛି ସପ୍ତାହ ପୂର୍ବରୁ, ଟମାଟୋ କିଲୋଗ୍ରାମ ପିଛା ୧୦୦ ରେ ବିକ୍ରି ହେଉଥିଲା । ଆଫଗାନିସ୍ତାନ ସହିତ ବାଣିଜ୍ୟରେ ବାଧା ଯୋଗୁଁ ମଧ୍ୟ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି ବୋଲି ଏଭଳି ସ୍ଥିତିରେ ରହିଛି ପାକିସ୍ତାନ ।

    ପାକିସ୍ତାନର ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି, ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଯୋଗାଣ ଅଭାବ ସୃଷ୍ଟି ହୋଇଛି, ଯାହା ଫଳରେ ଟମାଟୋର ମୂଲ୍ୟ ରେକର୍ଡ ଛୁଇଁଛି । ଆଫଗାନିସ୍ତାନରୁ ପାକିସ୍ତାନକୁ ଟମାଟୋ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ସୀମାରେ ଉତ୍ତେଜନା ଏବଂ ଆଫଗାନିସ୍ତାନ ରପ୍ତାନି ଉପରେ ପ୍ରତିବନ୍ଧକ ପରେ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବାର ମୂଲ୍ୟ ବୃଦ୍ଧି ପାଇଛି ।ପଞ୍ଜାବର ଝେଲମ ଏବଂ ଗୁଜରାନୱାଲାରେ ଟମାଟୋ ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଛି । ଝେଲମରେ ଟମାଟୋ ଦର କିଲୋଗ୍ରାମ ପିଛା ୭୦୦ରେ ପହଞ୍ଚିଛି, ଯେତେବେଳେ ଗୁଜରାନୱାଲାରେ ଟମାଟୋ କିଲୋଗ୍ରାମ ପିଛା ୫୭୫ ରେ ବିକ୍ରି ହେଉଛି । ସେହିଭଳି ଫୈସଲାବାଦରେ ଟମାଟୋ ଦର କିଲୋଗ୍ରାମ ପିଛା ୧୬୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଲାହୋରରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୪୦୦ ଟଙ୍କା ଦେଖିବାକୁ ମିଳୁଛି, ଯାହା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ୧୭୫ ଟଙ୍କା ମୂଲ୍ୟ ଅପେକ୍ଷା ବହୁତ ଅଧିକ ।ଦୋକାନୀମାନେ କହିଛନ୍ତି ଯେ, ଯୋଗାଣର ଘୋର ଅଭାବ ଯୋଗୁଁ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି । କ୍ୱେଟା ଏବଂ ପେଶାୱରର ବ୍ୟବସାୟୀମାନେ ଆଫଗାନିସ୍ତାନ ସହିତ ବାଣିଜ୍ୟ ପଥ ବନ୍ଦ ହେବା ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ