Friday, October 2, 2026
30.6 C
Odisha

    ନୂଆପଡ଼ା ବିଜେଡି ଗଡ଼ ହୋଇ ରହିବ: ସ୍ନେହାଙ୍ଗିନୀ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ନୂଆପଡ଼ା ବିଜେଡି ପକ୍ଷରୁ ତେଲିପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଲେ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ଦଳକୁ ପ୍ରାର୍ଥୀ ଚୟନ କରିବାରେ କିଛିଟା ସମସ୍ୟା ଦେଖା ଦେଇଥିଲା। ତେବେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶେଷରେ ମୋ ଉପରେ ଏହି ଗୁରୁଦାୟିତ୍ବ ଅର୍ପଣ କରିଛନ୍ତି। ନୂଆପଡ଼ା ବିଜେଡି ପକ୍ଷରୁ ମଧ୍ୟ ମୋତେ ସମର୍ଥନ ମିଳିଛି। ସେଥିପାଇଁ ନିର୍ବାଚନ ମଇଦାନକୁ ଆସିଛି। ନାମାଙ୍କନପତ୍ର ଦାଖଲ ସମୟରେ ଲୋକଙ୍କର ପ୍ରବଳ ସମର୍ଥନ ଦେଖିବାକୁ ମିଳିଥିଲା। ଆଜି ବି ନୂଆପଡ଼ାବାସୀଙ୍କ ହୃଦୟରେ ବିଜେଡି ଦଳ ରହିଛି। ନୂଆପଡ଼ାର ବିକାଶରେ ବିଜେଡିର ଭୂମିକା ଅଧିକ ରହିଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇ ନୂଆପଡ଼ାବାସୀଙ୍କ ସେବା କରିଛନ୍ତି। ସେଥିପାଇଁ ନୂଆପଡ଼ା ବିଜେଡି ଗଡ଼ ହୋଇ ରହିଥିଲା। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଆଶୀର୍ବାଦରୁ ଏହି ଉପନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହେବା ସହ ତା’ର ଗଡ଼କୁ ସୁରକ୍ଷିତ ରଖିବ ବୋଲି ଶ୍ରୀମତୀ ଛୁରିଆ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାଏକ, ପୁଷ୍ପେନ୍ଦ୍ର ସିଂହଦେଓ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡି ସାଧାରଣ ସଂପାଦକ ବିଜୟ ନାଏକ, ରାଜୁ ଘିବେଲା, କୋମନା ବ୍ଲକ୍‌ ବିଜେଡି ସଭାପତି କ୍ଷମାନିଧି ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ